19.1 C
Bhubaneswar
Sunday, December 21, 2025
Homeଓଡିଶାଯୁବତୀଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର

ଯୁବତୀଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର

ଫୁଲବାଣୀ : ଗଛରୁ ଯୁବତୀଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର । କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ଥାନା ଅନ୍ତର୍ଗତ ମୁସ୍କୁଲି ଗ୍ରାମ ନିକଟରେ ଘଟିଛି ଏଭଳି ଅଭାବନୀୟ ଘଟଣା । ଏକ ଗଛରେ ଜଣେ ଯୁବତୀର ମୃତଦେହ ଝୁଲୁଥିବା ଦେଖି ଅଞ୍ଚଳବାସି ପୁଲିସ କୁ ଖବର ଦେଇଥିଲେ । ଖବର ପାଇ ଘଟଣାସ୍ଥଳରେ ପୁଲିସ ପହଞ୍ଚି ପ୍ରାଥମିକ ତଦନ୍ତ ଆରମ୍ଭ କରିଥିଲା ।
ପ୍ରାଥମିକ ତଦନ୍ତ ରୁ ଜଣା ପଡିଲା ଯେ ମୃତ ଯୁବତୀ ଜଣକ ହେଲେ ଲାଇନପଡା ନିକଟସ୍ତ କମ୍ବାଗୁଡ଼ା ଗ୍ରାମର ଦେବରାଜ ଦିଗାଲଙ୍କ ଝିଅ ଦେବସ୍ମିତା ଦିଗାଲ। ଦେବସ୍ମିତାକୁ ହତ୍ୟା କରାଯାଇଥିବା ନେଇ ଭାଇ ଦେବାଶିଷ ଦିଗାଲ ଥାନାରେ ଏତଲା ଦେଇଛି। ଏ ନେଇ ଖଜୁରୀପଡ଼ା ଥାନାରେ ଅପମୃତ୍ୟୁ ମାମଲା ରୁଜୁ କରାଯାଇଛି । ଏ ନେଇ ଖଜୁରୀପଡ଼ା ଥାନା ଅଧିକାରୀ ଚାପଧାରୀ ପ୍ରଧାନ କହିଛନ୍ତି ଯେ ଦେବସ୍ମିତା ସଦର ଥାନା ଅନ୍ତର୍ଗତ ବିଶିପଡ଼ା ଗ୍ରାମର ଏକ ଜୈନେକ ଯୁବକକୁ ବିବାହ କରିଥିଲେ। ତାଙ୍କର ଦୁଇ ପୁଅ ଅଛନ୍ତି। କୌଣସି କାରଣ ବଶତଃ ପାରିବାରିକ କଳହ ଯୋଗୁଁ ବିବାହ ସମ୍ପର୍କ ବିଚ୍ଛିନ୍ନ ହୋଇଥିଲା। ତେବେ ପୋଲିସ ଘଟଣାର ଅଧିକ ତଦନ୍ତ କରୁଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking