26.7 C
Bhubaneswar
Thursday, April 9, 2026
Homeଓଡିଶାଜଙ୍ଗଲରୁ ପ୍ରେମୀଯୁଗଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଜଙ୍ଗଲରୁ ପ୍ରେମୀଯୁଗଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲା କୁନ୍ଦେଇ ଥାନ ଅନ୍ତର୍ଗତ ଭୁରୁଖାମହୁଲି ଗ୍ରାମରେ ଘଟିଛି ଅଭାବନୀୟ ଘଟଣା । ଜଙ୍ଗଲରୁ ପ୍ରେମୀଯୁଗଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ମୃତକ ଦୁଇଜଣ ହେଲେ ରାଇଘର ବ୍ଳକ ଭୁରୁଖାମହୁଲି ଗ୍ରାମର ନାରାୟଣ ଗଣ୍ଡଙ୍କ ପୁଅ ରେମଲାଲ ଗଣ୍ଡ ଏବଂ ଛବିଲାଲ୍ ଗଣ୍ଡଙ୍କ ଝିଅ ଦିକେଶ୍ୱରୀ ଗଣ୍ଡ l ଦୁହେଁ ଦୀର୍ଘ ଦିନରୁ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ରହିଥିବା ବେଳେ ପରିବାର ଲୋକେ ବିବାହ ପାଇଁ ମନା କରିଥିବାରୁ ଦୁହେଁ ଆତ୍ମହତ୍ୟା କରିଥିବା ପୁଲିସ ସନ୍ଦେହ କରିଛି। ସୂଚନା ଅନୁଯାୟୀ, ଗତ ରବିବାର ୨୨ ତାରିଖ ଠାରୁ ରେମଲାଲ୍ ଓ ଦିକେଶ୍ବରୀ ଦୁହେଁ ଘରୁ ଫେରାର ହୋଇଯାଇଥିଲେ। ପରିବାର ଲୋକେ ବହୁତ ଖୋଜାଖୋଜି କରି ପାଇ ନଥିଲେ। ଆଜି ସକାଳୁ ସେଠାକାର କିଛି ଗ୍ରାମବାସୀ ନିକଟସ୍ଥ ଜଙ୍ଗଲକୁ ଘlସ କାଟିବାକୁ ଯାଇଥିବା ବେଳେ ଏକ ଅଶ୍ବତଥ ଗଛ ଉପରେ ଦୁଇଜଣଙ୍କ ମୃତଦେହ ଦେଖି ଆସି ଗ୍ରାମବାସୀଙ୍କୁ ଜଣାଇଥିଲେ। ଏହି କଥା ଶୁଣି ସମ୍ପୃକ୍ତ ଉଭୟ ଯୁବକ ଯୁବତୀଙ୍କ ପରିବାର ଲୋକେ ଘଟଣାସ୍ଥଳରେ ପହଞ୍ଚି ଶବ ଚିହ୍ନଟ କରିବା ସହ ଥାନାରେ ଲିଖିତ ଭାବେ ଜଣାଇଥିଲେ। ଥାନା ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ଶବ ଉଦ୍ଧାର କରିବା ପରେ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ତଦନ୍ତ ଆରମ୍ଭ କରିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking