18.1 C
Bhubaneswar
Thursday, February 5, 2026
Homeଓଡିଶାଦୋକାନରୁ ସ୍ୱାମୀ ଓ ସ୍ତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଦୋକାନରୁ ସ୍ୱାମୀ ଓ ସ୍ତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଖଲ୍ଲିକୋଟ : ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ଲଙ୍ଗଳେଶ୍ୱର ଅଞ୍ଚଳରେ ଏକ ଦୋକାନ ଘରୁ ସ୍ୱାମୀ ଓ ସ୍ତ୍ରୀଙ୍କ  ମୃତଦେହ ଉଦ୍ଧାର ହୋଇଛି। ପତ୍ନୀଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଥିବା ବେଳେ ସ୍ୱାମୀଙ୍କ ମୃତଦେହ ଚଟାଣରେ ପଡ଼ିଛି।ମୃତକଦ୍ୱୟ ହେଲେ ଦିଲୀପ ଦଳେଇ ଓ ତାଙ୍କ ପତ୍ନୀ ରଶ୍ମୀତା ଦଳେଇ।ଦିଲୀପ ଏକ ଚା’ ଦୋକାନ କରିଥିବା ବେଳେ ପତ୍ନୀ ରଶ୍ମୀତା କୃଷି ମିତ୍ର ଭାବେ କାମ କରୁଥିଲେ। ଉଭୟଙ୍କର ଏକ ପୁଅ ଓ ଝିଅ ଥିବା ବେଳେ ସେମାନେ ଅଜା ଘରେ ରହୁଥିଲେ। ତେବେ ରଶ୍ମୀତାଙ୍କୁ ଚାକିରି ଛାଡ଼ିବାକୁ ଦିଲୀପ ବାଧ୍ୟ କରୁଥିବା ବେଳେ ରଶ୍ମୀତା କିନ୍ତୁ ଅମଙ୍ଗ ହେଉଥିଲେ। ଏହାକୁ ନେଇ ଉଭୟ ପତିପତ୍ନୀଙ୍କ ମଧ୍ୟରେ ଗତ କିଛି ଦିନ ହେବ ଗଣ୍ଡଗୋଳ ଲାଗି ରହିଥିଲା।ଗତ ରାତିରେ ଉଭୟ ଲଙ୍ଗଳେଶ୍ୱର ୧୬ନମ୍ବର ଜାତୀୟ ରାଜପଥ ପାର୍ଶ୍ୱରେ ଥିବା ନିଜ ଦୋକାନରେ ଶୋଇଥିଲେ। ମାତ୍ର ଆଜି ସକାଳୁ ସେମାନେ ନ ବାହାରିବାରୁ ସ୍ଥାନୀୟ ଲୋକେ ପୁଲିସ୍‌କୁ ଖବର ଦେଇଥିଲେ।ପୁଲିସ୍‌ ପହଞ୍ଚି କବାଟ ଭାଙ୍ଗି ଭିତରେ ରଶ୍ମୀତାଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଓ ଦିଲୀପଙ୍କ ମୃତଦେହ ଚଟାଣରେ ପଡ଼ିଥିବା ଦେଖିବାକୁ ପାଇଥିଲା। ପୁଲିସ୍‌ ଦମ୍ପତିଙ୍କ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣାର ତଦନ୍ତ ଆରମ୍ଭ କରିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking