19.1 C
Bhubaneswar
Saturday, February 7, 2026
Homeଦେଶ ବିଦେଶମହାନ୍ ବକ୍ସର୍ ଜର୍ଜ ଫୋର୍‌ମ୍ୟାନ୍‌ଙ୍କ ପରଲୋକ

ମହାନ୍ ବକ୍ସର୍ ଜର୍ଜ ଫୋର୍‌ମ୍ୟାନ୍‌ଙ୍କ ପରଲୋକ

ନୂଆଦିଲ୍ଲୀ: ଦୁଇଥରର ହେଭିୱେଟ୍ ଚାମ୍ପିଅନ୍ ଏବଂ ମହାନ୍ ବକ୍ସର୍ ମହମ୍ମଦ ଅଲୀଙ୍କ ବିପକ୍ଷରେ ଐତିହାସିକ ‘ରମ୍ବଲ୍ ଇନ୍ ଦ ଜଙ୍ଗଲ୍‌’ ମୁକାବିଲା ଲଢ଼ିଥିବା ଜର୍ଜ ଫୋର୍‌ମ୍ୟାନ୍‌ଙ୍କର ଶୁକ୍ରବାର ରାତିରେ ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୬ ବର୍ଷ ବୟସ ହୋଇଥିଲା। ତାଙ୍କ ପରିବାର ସୋସିଆଲ୍ ମିଡିଆରେ ଏହି ଦୁଃଖଦ ସମାଚାର ସମ୍ପର୍କରେ ସୂଚନା ଦେଇଛନ୍ତି। ତେବେ ତାଙ୍କ ମୃତ୍ୟୁ କେଉଁଠାରେ ଏବଂ କେଉଁ ପରିସ୍ଥିତିରେ ହୋଇଛି ତାର କୌଣସି ସୂଚନା ଦେଇନାହାନ୍ତି। ଟେକ୍ସାସ୍ ମୂଳ ନିବାସୀ ଫୋର୍‌ମ୍ୟାନ୍ ଅଲିମ୍ପିକ୍ ସ୍ୱର୍ଣ୍ଣ ପଦକ ଜିତି ନିଜ କ୍ୟାରିୟର୍ ଆରମ୍ଭ କରିଥିଲେ।୧୯୭୩ରେ ସେ ଜୋ ଫ୍ରେଜିୟରଙ୍କୁ ହରାଇ ୨୯ ବର୍ଷ ବୟସରେ ପ୍ରଥମ ଥର ପାଇଁ ବିଶ୍ୱ ହେଭିୱେଟ୍ ଚାମ୍ପିଅନ୍ ହେବାର ଗୌରବ ଅର୍ଜନ କରିଥିଲେ। ତେବେ ଏହାର ଠିକ୍ ବର୍ଷକ ପରେ ମହମ୍ମଦ ଅଲୀଙ୍କଠାରୁ ପରାଜିତ ହୋଇ ନିଜର ଚାମ୍ପିଅନ୍‌ଶିପ୍ ହରାଇଥିଲେ।

ବକ୍ସିଂ ଇତିହାସରେ ଏହା ବୋଧହୁଏ ସବୁଠୁ ସ୍ମରଣୀୟ ମ୍ୟାଚ୍ ଥିଲା। ଏହାପରେ ଫୋରମ୍ୟାନ୍ ୧୦ ବର୍ଷର ଲମ୍ବା ବ୍ରେକ୍ ନେଇ ବକ୍ସିଂଠାରୁ ଦୂରେଇ ରହିଥିଲେ। ତେବେ ୧୯୯୪ରେ ଐତିହାସିକ ପ୍ରତ୍ୟାବର୍ତ୍ତନ କରି ୪୫ ବର୍ଷ ବୟସରେ ମାଇକେଲ୍ ମୁରର୍‌ଙ୍କୁ ହରାଇ ପୁଣିଥରେ ହେଭିୱେଟ୍ ଚାମ୍ପିଅନ୍ ହୋଇଥିଲେ। ଏହି ମୁକାବିଲା ବକ୍ସିଂ ଇତିହାସରେ ସବୁଠୁ ଆଶ୍ଚର୍ଯ୍ୟଜନକ ନକ୍‌ଆଉଟ୍ ମଧ୍ୟରୁ ଅନ୍ୟତମ ଥିଲା। କାରଣ ମୁରର୍ ତାଙ୍କଠାରୁ ୧୯ ବର୍ଷ ଛୋଟ ଥିଲେ। ୪୫ ବର୍ଷ ବୟସରେ ହେଭିୱେଟ୍ ଚାମ୍ପିଅନ୍ ହେବାରେ ଫୋର୍‌ମ୍ୟାନ୍ ସବୁଠୁ ବୟସ୍କ ବକ୍ସର୍ ହୋଇଥିଲେ। ଫୋର୍‌ମ୍ୟାନ୍ ରିଂରେ ନିଜ ଦମ୍‌ଦାର ପ୍ରଦର୍ଶନ ପାଇଁ କେବଳ ଜଣାଶୁଣା ନଥିଲେ, ବରଂ ଅବସର ପରେ ସେ ନିଜର ଏକ ଭିନ୍ନ ପରିଚୟ ସୃଷ୍ଟି କରିଥିଲେ। ତାଙ୍କ ଜୀବନର ପରବର୍ତ୍ତୀ ପିଢ଼ିକୁ ପ୍ରେରିତ କରିଆସିବ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking