30.1 C
Bhubaneswar
Wednesday, February 11, 2026
Homeଓଡିଶାରାଜ୍ୟପାଳଙ୍କ ପୁଅକୁ ଗିରଫ କରିବା ଏବଂ ଓଡ଼ିଶାର ରାଜ୍ୟପାଳଙ୍କୁ ତୁରନ୍ତ ପ୍ରତ୍ୟାହାର ଦାବିରେ ପ୍ରଦେଶ ଯୁବ...

ରାଜ୍ୟପାଳଙ୍କ ପୁଅକୁ ଗିରଫ କରିବା ଏବଂ ଓଡ଼ିଶାର ରାଜ୍ୟପାଳଙ୍କୁ ତୁରନ୍ତ ପ୍ରତ୍ୟାହାର ଦାବିରେ ପ୍ରଦେଶ ଯୁବ କଂଗ୍ରେସ ପକ୍ଷରୁ ରାଜଭବନ ଘେରାଉ

ଭୁବନେଶ୍ୱର : ଓଡ଼ିଆ ଅସ୍ମିତା କଥା କହି ସରକାରକୁ ଆସିଥିବା ବିଜେପି ସରକାର ଆଜି ଓଡ଼ିଶାବାସୀଙ୍କ ଭାବାବେଗ ସହ ଖେଳ ଖେଳି ଆସୁଛନ୍ତି । ରାଜ୍ୟପାଳଙ୍କ ପୁଅଙ୍କୁ ଗିରଫ ପ୍ରତିବାଦରେ କିଛିଦିନ ତଳେ ରାଜଭବନ ସମ୍ମୁଖରେ ପ୍ରଦେଶ ଯୁବଛାତ୍ର କଂଗ୍ରେସ ପକ୍ଷରୁ ଧାରଣା ଦିଆଯାଇଥିଲା । ରାଜ୍ୟପାଳଙ୍କ ପୁଅ ଓଡ଼ିଆ ଅଫିସରଙ୍କୁ ମାଡ଼ ମାରିବା ଘଟଣା ଅନେକ ଦିନ ବିତିଯାଇଥିଲେ ମଧ୍ୟ ବିଜେପି ସରକାର ଚୁପ୍ ବସିଛନ୍ତି । ଏହାର ପ୍ରତିବାଦରେ ଆଜି ରାଜ୍ୟ ଯୁବ କଂଗ୍ରେସ ନେତା ଶ୍ରୀ ରଞ୍ଜିତ ପାତ୍ରଙ୍କ ନେତୃତ୍ୱରେ ଓଡ଼ିଶାର ରାଜ୍ୟପାଳଙ୍କ ପୁଅକୁ ତୁରନ୍ତ ଗିରଫ କରିବା ପ୍ରତିବାଦରେ ଶହ ଶହ ସଂଖ୍ୟକ ସମର୍ଥକମାନଙ୍କ ସହ ରାଜଭବନ ଘେରାଉ କରିିଥିଲେ ।

ଶ୍ରୀ ପାତ୍ର ଗଣମାଧ୍ୟମ ମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ ରାଜ୍ୟରେ ବିଜେପି ସରକାର ଆସିବା ପୂର୍ବରୁ ଓଡ଼ିଆ ଅସ୍ମିତା କଥା କହି ଲୋକମାନଙ୍କ ଆସ୍ଥା ପ୍ରକଟ କରିଥିଲେ । କିନ୍ତୁ ଆଜି ଏହା ସମ୍ପୂର୍ଣ୍ଣ ମିଥ୍ୟା ପାଲଟିଛି । ଓଡ଼ିଆ ଅଫିସର ଆଜି ସୁରକ୍ଷିତ ନାହାଁନ୍ତି, ଏବେ ମୋହନ ସରକାର ନୁହେଁ, ଓଡ଼ିଶାରେ ରଘୁବର ସରକାର ଚାଲିଛି, ଯାହାକି ଅତ୍ୟନ୍ତ ନିନ୍ଦନୀୟ ଘଟଣା । ଯଦି ରାଜ୍ୟ ସରକାର ତୁରନ୍ତ ରାଜ୍ୟପାଳଙ୍କ ପୁଅକୁ ଗିରଫ ନକରି ଓଡ଼ିଆ ଅସ୍ମିତାର ପରିଚୟ ନ ଦିଅନ୍ତି, ଏବଂ ଓଡ଼ିଶାର ରାଜ୍ୟପାଳଙ୍କୁ ପ୍ରତ୍ୟାହାର ନକରନ୍ତି, ତେବେ ଆଗାମୀ ଦିନରେ ଯୁବ କଂଗ୍ରେସ ଏ ବିଜେପି ସରକାରର ମୁଖ୍ୟମନ୍ତ୍ରୀ, ମନ୍ତ୍ରୀମାନଙ୍କୁ ରାଜରାସ୍ତାରେ ବିରୋଧ କରିବା ସହ ଓଡ଼ିଆ ଅସ୍ମିତାର ନାରା ଦେଇ ରାଜ୍ୟ ସରକାର ଯେଉଁ ପ୍ରହସନ କରିିଛନ୍ତି, ତାହା ବିରୁଦ୍ଧରେ ଜୋରଦାର ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରାଯିବ ବୋଲି କହିଛନ୍ତି ।

ଆଜିର ଏହି ରାଜଭବନ ଘେରାଉ କାର୍ଯ୍ୟକ୍ରମରେ ଭୁବନେଶ୍ୱର କଂଗ୍ରେସ ସାଂସଦ ପ୍ରାର୍ଥୀ ଶ୍ରୀ ୟାସିର ନୱାଜ, ସୁଦୀପ ସାମଲ, ମନୋଜ ବିଶ୍ୱାଳ, ନିହାର ରଞ୍ଜନ ବେହେରା, ଅଜୟ ସାହୁ, ଉଦିତ ପ୍ରଧାନ, ମହମ୍ମଦ ଗୁଲଫାମ, ସାହରୁଖ ଖାନ, ବଟକୃଷ୍ଣ ରାଉତରାୟ, ଲିପିକା ପାତ୍ର, ଲକ୍ଷ୍ମୀପ୍ରିୟ ନାୟକ, ଭାଗ୍ୟଶ୍ରୀ ମହାନ୍ତି, ମହମ୍ମଦ ପରଭେଜ, ସୁରଜ ରାଉତ, ବଳରାମ ନନ୍ଦ, ସାଗର ପଟ୍ଟନାୟକ, ମିର୍ଜା ଇସଲାମ ବେଗ, ମୋହନ ନାୟକ, କାର୍ତ୍ତିକେଶ୍ୱର କାଣ୍ଡି, ସୁନିଲ୍ ସାହୁ, ବିରଞ୍ôଚ ବାରିକ, ସୁବ୍ରତ ମହାପାତ୍ର ପ୍ରମୁଖ ଯୋଗ ଦେଇଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking