ଭୁବନେଶ୍ୱର : ଗଞ୍ଜାମ ଚିକଟି ମଦ ମୃତୁ୍ୟ ପରେ ଏବେ ପୁଲିସ ଓ ଅବକାରୀ ବିଭାଗ ପୁରା ଆକ୍ସନ ମୋଡ଼କୁ ଆସିଯାଇଛନ୍ତି । ରାଜ୍ୟର ବିଭିନ୍ନ ସ୍ଥାନରେ ଚଢଉ ପରେ ଚଢଉ କରି ବ୍ୟାପକ ଦେଶୀ ମଦ ଓ ପୋଚ ନଷ୍ଟ କରୁଛନ୍ତି । ଏହି କ୍ରମରେ ଆଜି ରାଜଧାନୀ ଭୁବନେଶ୍ୱରରେ ଥିବା ସାଲିଆସାହିରେ ପୁଲିସ ପକ୍ଷରୁ ଏକ ବଡ଼ଧରଣର ରେଡ କରାଯାଇ ୩ଟି ଦେଶୀ ମଦ କାରଖାନା ଠାବ କରାଯାଇଛି । ଆଉ ସେଠାରେ ପୁଲିସ ବୁଲଡୋଜର ଚଲାଇ ସମ୍ପୃକ୍ତ କାରଖାନାକୁ ମାଟିରେ ମିଶାଇ ଦେଇଛି । ବୁଲଡୋଜର ଚଲାଇ ସମ୍ପୃକ୍ତ ଦେଶୀ ମଦ କାରଖାନାକୁ ଭଙ୍ଗାଯାଇଛି । ପ୍ରକାଶ ଯେ ଗଞ୍ଜାମର ଚିକିଟି ମଦ ମୃତୁ୍ୟ ପରେ ବିରୋଧୀ ରାଜ୍ୟ ସରକାରଙ୍କୁ ଘେରିବା ପରେ ଚୋରା ମଦ କାରବାରକୁ ବନ୍ଦ କରିବା ପାଇଁ ସରକାର ପଣ କରିଛନ୍ତି । ବିଭିନ୍ନ ସ୍ଥାନରେ ଚଢ଼ଉ କରି ଚୋରା ମଦ କାରବାର ମୂଳୋପôାଟନ କରିବାକୁ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ନିଦେ୍ର୍ଧଶ ଦେଇଛନ୍ତି ।