25.1 C
Bhubaneswar
Sunday, December 21, 2025
Homeଦେଶ ବିଦେଶ୧୬୨ ହେଲମେଟ୍ କମ୍ପାନି ଲାଇସେନ୍ସ ରଦ୍ଦ କଲେ ସରକାର

୧୬୨ ହେଲମେଟ୍ କମ୍ପାନି ଲାଇସେନ୍ସ ରଦ୍ଦ କଲେ ସରକାର

ନୂଆଦିଲ୍ଲୀ: ସଡ଼କ ସୁରକ୍ଷାକୁ ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏକ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ ହୋଇଛି। ଏହି ଅଭିଯାନ ଅଧୀନରେ ଦୁଇ ଚକିଆ ଯାନରେ ବ୍ୟବହାର ହେଉଥିବା ହେଲମେଟକୁ ମଧ୍ୟ ଅନ୍ତର୍ଭୁକ୍ତ କରାଯାଇଛି । ଖରାପ କ୍ବାଲିଟି ଯୋଗୁଁ ସରକାର ହେଲମେଟ୍ ତିଆରି କରୁଥିବା ୧୬୨ଟି କମ୍ପାନିର ଲାଇସେନ୍ସ ରଦ୍ଦ କରିଛନ୍ତି। ଏହି ଅଭିଯାନରେ ଏହା ସରକାରଙ୍କ ଦ୍ୱାରା ନିଆଯାଇଥିବା ସବୁଠାରୁ ବଡ ପଦକ୍ଷେପ ବୋଲି କୁହାଯାଉଛି । ଆଗାମୀ ଦିନରେ ସରକାରଙ୍କ ପକ୍ଷରୁ ଆହୁରି ଭିନ୍ନ ଭିନ୍ନ ଯୋଜନା କରାଯାଉଛି। ଆସନ୍ତୁ ଆପଣଙ୍କୁ ଏହା ମଧ୍ୟ କହିବୁ କି ସରକାର କେଉଁ ପ୍ରକାର ଯୋଜନା କରୁଛନ୍ତି । ସଡ଼କ ସୁରକ୍ଷା ଓ ବଜାରରେ ନିମ୍ନମାନର ସୁରକ୍ଷା ଉପକରଣ ରହୁଥିବାରୁ ଅଣ-ଆଇଏସଆଇ ସାର୍ଟିଫାଏଡ୍ ହେଲମେଟ୍ ନିର୍ମାତା ଓ ବିକ୍ରେତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କେନ୍ଦ୍ର ସରକାର ଜିଲ୍ଲା କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଖାଉଟି ବ୍ୟାପାର ମନ୍ତ୍ରଣାଳୟ ଶନିବାର କହିଛି ଯେ ସରକାର ବର୍ତ୍ତମାନ ସୁଦ୍ଧା ୧୬୨ ହେଲମେଟ୍ ନିର୍ମାତାଙ୍କ ଲାଇସେନ୍ସ ରଦ୍ଦ କରିଛନ୍ତି। ଭାରତୀୟ ମାନକ ବ୍ୟୁରୋ (ବିଆଇଏସ) ନିୟମ ଉଲ୍ଲଂଘନକୁ ଟାର୍ଗେଟ କରି କର୍ତ୍ତୃପକ୍ଷ ୨୭ଟି ଚଢ଼ାଉ କରି ଏପରି ପଦକ୍ଷେପ ନେଇଛନ୍ତି । ଖାଉଟି ବ୍ୟାପାର ସଚିବ ନିଧି ଖରେ କହିଛନ୍ତି ଯେ ହେଲମେଟ ଜୀବନ ବଞ୍ଚାଇଥାଏ କିନ୍ତୁ ଯଦି ଏହା ଉତ୍ତମ ମାନର ହୋଇଥାଏ । ବଜାରରୁ ଅସୁରକ୍ଷିତ ହେଲମେଟ ହଟାଇବା ଦିଗରେ ଏହି ପଦକ୍ଷେପ ଗୁରୁତ୍ୱପୂର୍ଣ୍ଣ । ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟ ଜୁନ୍ ୨୦୨୧ରେ ଗୁଣବତ୍ତା ନିୟନ୍ତ୍ରଣ ଆଦେଶ କାର୍ଯ୍ୟକାରୀ କରିବା ପରେ ଆଇଏସ୍ ୪୧୫୧:୨୦୧୫ ମାନକ ଅନୁଯାୟୀ ସମସ୍ତ ହେଲମେଟ୍ ପାଇଁ ବିଆଇଏସ୍ ସାର୍ଟିଫିକେଟ୍ ବାଧ୍ୟତାମୂଳକ କରାଯାଇଥିଲା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking