ଭୁବନେଶ୍ୱର : ବରିଷ୍ଠ ନେତା ଅମର ପ୍ରସାଦ ଶତପଥୀ ବଡ ବୟାନ ଦେଇଛନ୍ତି । କହିଛନ୍ତି , ବିଜୁ ଲିଗାସୀକୁ କେହି ଚାହିଁଲେ କାଟି ଦେଇପାରିବେନି । ପଞ୍ଚାୟତିରାଜ ଦିବସ ପାଳନ ରାଜ୍ୟ ସରକାରଙ୍କ ନିଷ୍ପତ୍ତି । ଏଥିରେ କୌଣସି ତ୍ରୁଟି ନାହିଁ କି ବିଚ୍ୟୁତି ନାହିଁ । ରାଜ୍ୟ ସରକାର ଠିକ ଭାବେ ବିଜୁ ଜୟନ୍ତୀ ପାଳନ କରିଛନ୍ତି । ବିଜୁ ବାବୁଙ୍କୁ ସମ୍ମାନ ଦେଇଛନ୍ତି , ଅଧୁରା ସ୍ୱପ୍ନ ପୂରଣ ପାଇଁ କହିଛନ୍ତି । ନବୀନ ବାବୁଙ୍କୁ ମୁଖ୍ୟମନ୍ତ୍ରୀଙ୍କ ନିମନ୍ତ୍ରଣ ଯଥାର୍ଥ , ବିଲକ୍ଷଣ ନାହିଁ କହିଛନ୍ତି ଅମର ।










