ବାଲେଶ୍ୱର : ନାବାଳିକାକୁ ପଥରରେ ଛେଚି ହତ୍ୟା । ବାଲେଶ୍ୱର ରେମୁଣା ଥାନା ଅଞ୍ଚଳରେ ଏକ ନାବାଳିକା ନିର୍ମମଭାବେ ହତ୍ୟା କରାଯାଇଛି । ନାବାଳିକକୁ ଦୁଷ୍କର୍ମ କରାଯାଇ ହତ୍ୟା କରାଯାଇଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି । ଅନ୍ୟପକ୍ଷରେ ସମ୍ପର୍କୀୟ ମାମୁଁ ରବି ସିଂହ ଏଭଳି କାଣ୍ଡ ଭିଆଇଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି । ପୋଲିସ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଅଟକ ରଖି ପଚରାଉଚରା କରାଯାଉଥିବା ନୀଳଗିରି ଏସଡିପିଓ ସରୋଜ କୁମାର ଉପାଧ୍ୟାୟ ସୂଚନା ଦେଇଛନ୍ତି । ରେମୁଣା ଅଞ୍ଚଳର ନାବାଳିକା ଜଣଙ୍କ ୩ ଦିନ ତଳେ ନିଖୋଜ ଥିଲା । ପରିବାର ଖୋଜାଖୋଜି କରି ନ ପାଇବା ପରେ ଥାନାରେ ଅଭିଯୋଗ କରିଥିଲେ । ରେମୁଣା ଥାନା ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । କିନ୍ତୁ ଗତକାଲି ଏକ ପରିତ୍ୟକ୍ତ ଘରୁ ଦୁର୍ଗନ୍ଧ ଆସିଥିଲା । ସ୍ଥାନୀୟ ଲୋକେ ଏନେଇ ପୋଲିସକୁ ଖବର ଦେଇଥିଲେ । ପୋଲିସ ପହଞ୍ଚି ନାବାଳିକାଙ୍କ ଗଳିତ ମୃତଦେହ ଉଦ୍ଧାର କରିଥିଲା । ନାବାଳିକାଙ୍କ ପରିବାର ଲୋକଙ୍କୁ ଖବର ଦେଲା ପରେ ପରିବାର ଲୋକେ ପହଞ୍ଚି ଝିଅର ମୃତଦେହ ଛିହ୍ନଟ କରିଥିଲେ ।ଅନ୍ୟପକ୍ଷରେ ନାବାଳିକାକୁ ସମ୍ପର୍କୀୟ ମାମୁଁ ରବି ସିଂହ ଏଥିରେ ସମ୍ପୃକ୍ତ ଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି । ସେ ତାକୁ ବୁଲାଇ ନେବାକୁ କହି ଅପହରଣ କରିଥିଲା । ନାବାଳିକାକୁ ଦୁଷ୍କର୍ମ କରି ହତ୍ୟା କରାଯାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ରବି ସିଂହ ନାବାଳିକାର ବାପାଙ୍କର ଜଣେ ଭଲ ବନ୍ଧୁ ବୋଲି ଜଣାପଡ଼ିଛି । ପରିବାର ଲୋକଙ୍କ ଅଭିଯୋଗ ମୁତାବକ, ଘଟଣାସ୍ଥଳରେ ସାଇଣ୍ଟିଫିକୁ ଟିମ୍ ପହଁଚି ତଦନ୍ତ କରୁଛି ।










