24.1 C
Bhubaneswar
Sunday, March 22, 2026
Homeଓଡିଶାପୋଖରୀରେ ବୁଡି ନାବାଳିକା ମୃତ

ପୋଖରୀରେ ବୁଡି ନାବାଳିକା ମୃତ

ସମ୍ବଲପୁର : ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ବ୍ଲକ ବଲବସପୁର ଗାଁରେ ଘଟିଛି ଅଭାବନୀୟ ଘଟଣା। ପୋଖରୀରେ ବୁଡି ନାବାଳିକା ମୃତ । ପରିବାର ଲୋକେ ପୋଖରୀରୁ ନାବାଳିକାଙ୍କ ମୃତଦେହ ଉଦ୍ଧାର କରିଛନ୍ତି। ମୃତକ ହେଲେ ୧୭ ବର୍ଷୀୟ ଶୋଭାଗିନୀ କର୍ଣ୍ଣ । ଫଳରେ ହସଖୁସିରେ ଫାଟିପଡ଼ୁଥିବା ଘର ହଠାତ୍‌ କାନ୍ଦବୋବାଳିରେ ଫାଟି ଉଠୁଛି।
ଘରେ ନୂଆଖାଇ ପାଇଁ ଜୋରସୋରରେ ପ୍ରସ୍ତୁତି ଚାଲିଥିବା ବେଳେ ଶୋଭାଗିନୀ ଖୁସି ମନରେ ଗାଧୋଇବାକୁ ପୋଖରୀକୁ ଯାଇଥିଲେ। ଗାଧୋଇ ସାରିବା ପରେ ନୂଆ ଡ୍ରେସ ପିନ୍ଧି ପିଠାପଣା ଖାଇ ସାଙ୍ଗଙ୍କ ସହ ମଜାମସ୍ତି କରିଥାନ୍ତେ। ମାତ୍ର ତାଙ୍କ ଆଶା ପୂରଣ ହୋଇପାରିଲାନି। ବହୁ ସମୟ ପର୍ଯ୍ୟନ୍ତ ଝିଅ ନ ଫେରିବାରୁ ପରିବାର ଲୋକେ ପୋଖରୀ ନିକଟକୁ ଯାଇଥିଲେ। ସେଠାରେ ଝିଅ କୂଳ ନିକଟରେ ପାଣିରେ ମୁହଁ ମାଡ଼ି ପଡ଼ିଥିବା ଦେଖିବାକୁ ପାଇଥିଲେ। ତୁରନ୍ତ ପରିବାର ଲୋକେ ଅଚେତ ଅବସ୍ଥାରେ ଝିଅକୁ ରେଢ଼ାଖୋଲ ମେଡିକାଲକୁ ନେଇଥିଲେ। ସେଠାରେ ଡାକ୍ତର ଶୋଭାଗିନୀଙ୍କୁ ମୃତ ଘୋଷଣା କରିଥିଲେ । ଏହି ଘଟଣା ପ୍ରଚାରିତ ହେବା ପରେ ପରିବାର ଲୋକଙ୍କୁ ଶକ୍ତ ଧକ୍କା ଲାଗିଥିବା ବେଳେ ଗାଁ ଲୋକେ ବି ଏହାକୁ ସହଜେ ବିଶ୍ୱାସ କରି ପାରୁ ନାହାନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking