22.1 C
Bhubaneswar
Friday, February 13, 2026
Homeଦେଶ ବିଦେଶମାଡାଗାସ୍କରରେ ଗେଜାନିର ତାଣ୍ଡବ

ମାଡାଗାସ୍କରରେ ଗେଜାନିର ତାଣ୍ଡବ

ଆଣ୍ଟାନାରିଭୋ: ମାଡାଗାସ୍କରର ମୁଖ୍ୟ ବନ୍ଦର ସହର ଟୋଆମାସିନାରେ ସାମୁଦ୍ରିକ ଝଡ଼ ‘ଗେଜାନି’ର ପ୍ରଳୟଙ୍କାରୀ ତାଣ୍ଡବ ଦେଖିବାକୁ ମିଳିଛି। ଘଣ୍ଟା ପ୍ରତି ୨୭୦ରୁ ଊର୍ଦ୍ଧ୍ୱ ବେଗରେ ଗତି କରିଥିବା ଗେଜାନୀ ପ୍ରଭାବରେ ୩୧ଜଣ ନାଗରିକଙ୍କର ମୃତ୍ୟୁ ହୋଇଥିବା ବେଳେ ୩୬ରୁ ଅଧିକ ଲୋକ ଆହତ ହୋଇଛନ୍ତି। ସେହିପରି ଅନେକ କିଛି ଲୋକ ନିଖୋଜ ଥିବା ନେଇ ମଧ୍ୟ ରିପୋର୍ଟ ହୋଇଛି। ରାସ୍ତାଘାଟ, ବଡ଼ବଡ଼ ଗଛ, ବିଲ୍ଡିଂ, କୋଠାଘର ଆଦି ଧ୍ୱସ୍ତବିଧ୍ୱସ୍ତ ହୋଇଯାଇଛି। ବିଦ୍ୟୁତ ସରବରାହ ମଧ୍ୟ ବିପର୍ଯ୍ୟସ୍ତ ହୋଇପଡିଛି। ସ୍ଥିତିକୁ ଦୃଷ୍ଟିରେ ରଖି ୬,୦୦୦ରୁ ଅଧିକ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରାଯାଇଛି। ତେବେ କୋଠା ଭୁଶୁଡ଼ି ପଡ଼ିବା ଯୋଗୁ ବହୁ ଲୋକଙ୍କ ମୃତ୍ୟୁ ହୋଇଥିଲା ବୋଲି ଜାତୀୟ ବିପଦ ଏବଂ ବିପର୍ଯ୍ୟୟ ପରିଚାଳନା କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି। ରାଷ୍ଟ୍ରପତି ମାଇକେଲ ରାଣ୍ଡ୍ରିଆନିରିନା କ୍ଷୟକ୍ଷତି ଆକଳନ କରିବା ପାଇଁ ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିଛନ୍ତି। ତେବେ ଚଳିତ ବର୍ଷ ମାଡାଗାସ୍କରରେ ଏହା ଦ୍ୱିତୀୟ ଘୂର୍ଣ୍ଣିବାତ୍ୟା। ୧୦ ଦିନ ପୂର୍ବରୁ ଘୂର୍ଣ୍ଣିଝଡ଼ ଫିଟିଆ’ ଯୋଗୁ ୧୪ ଜଣ ପ୍ରାଣ ହରାଇଥିଲେ ଓ ୩୧,୦୦୦ ରୁ ଅଧିକ ଲୋକ ବାସହରା ହୋଇପଡିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking