26.1 C
Bhubaneswar
Friday, August 15, 2025
Homeଦେଶ ବିଦେଶବନ୍ଦ ହେବ ‘ନର୍କର ଦ୍ୱାର’, ୫୦ ବର୍ଷ ହେଲା କୁହୁଳୁଛି ନିଆଁ

ବନ୍ଦ ହେବ ‘ନର୍କର ଦ୍ୱାର’, ୫୦ ବର୍ଷ ହେଲା କୁହୁଳୁଛି ନିଆଁ

ନୂଆଦିଲ୍ଲୀ : ତୁର୍କମେନିସ୍ତାନର କାରାକୁମ ମରୁଭୂମିରେ ରହିଛି ‘ନର୍କର ଦ୍ୱାର’ । ଏହା ୩୯ ମିଟର ଚଉଡ଼ା ଓ ୩୦ ମିଟର ଗଭୀର ଏକ ଗର୍ତ୍ତ । ଏଥିରେ ଦୀର୍ଘ ଦଶନ୍ଧି ଧରି ନିଆଁ କୁହୁଳୁଛି । ଏଥିରୁ ନିର୍ଗତ ଅଗ୍ନିଶିଖା ଏତେ ଲମ୍ବା ଯେ ଅନେକ କିମି ଦୂରକୁ ଦୃଶ୍ୟମାନ ହୁଏ । ଏବେ ସ୍ଥାନୀୟ ସରକାର ଦାବି କରିଛନ୍ତି, ଏହାକୁ କାବୁ କରାଯାଉଛି ଏବଂ ନର୍କର ଦ୍ୱାର ସବୁଦିନ ପାଇଁ ବନ୍ଦ କରାଯିବ ।

ବୈଜ୍ଞାନିକଙ୍କ ଦାବି, ତୁର୍କମେନିସ୍ତାନର ଏହି କୁଖ୍ୟାତ ‘ଗେଟ୍‌ୱେ ଟୁ ହେଲ୍‌ କ୍ରାଟର୍‌’ ୧୯୭୧ ମସିହାରୁ ନିରନ୍ତର କୁହୁଳୁଛି । ସୋଭିଏତ ବୈଜ୍ଞାନିକଙ୍କ ଭୁଲରୁ ୫୦ ବର୍ଷ ପୂର୍ବେ ଏହି ଅଗ୍ନିଉଦ୍‌ଗୀରଣକାରୀ ଗର୍ତ୍ତ ସୃଷ୍ଟି ହୋଇଥିଲା । ଭୁଲବଶତଃ ଗ୍ୟାସ୍‌ପୂର୍ଣ୍ଣ ଗର୍ତ୍ତରେ ଡ୍ରିଲ୍‌ କରି ନିଆଁ ଲଗାଇ ଦିଆଯାଇଥିଲା ଏବଂ ସେବେଠୁ ଏହା ଜଳୁଛି । ଏବେ ଅଧିକାରୀଙ୍କ କହିବା ଅନୁସାରେ, ଅଗ୍ନିଶିଖା ପୂର୍ବ ତୁଳନାରେ ପ୍ରାୟ ୩ ଗୁଣ କମିଛି । ଏହାକୁ କେବଳ ପାଖରୁ ଦେଖି ହେଉଛି । ବିଶେଷଜ୍ଞଙ୍କ ଅନୁସାରେ, ସମୟ ସହିତ ପ୍ରାକୃତିକ ଜ୍ୱଳନଶୀଳ ଗ୍ୟାସ୍‌ର କମ୍‌ ପ୍ରବାହ ଯୋଗୁ ଗର୍ତ୍ତରେ ନିଆଁ କମିବାକୁ ଲାଗିଛି ।

ସରକାରୀ ମାଲିକାନାଯୁକ୍ତ ଉର୍ଜ୍ଜା କମ୍ପାନି ତୁର୍କମେନଗାଜର ନିର୍ଦ୍ଦେଶକ ଝରିଆ ଲୁରିଭା ଗତ ସପ୍ତାହ ଜୀବାଶ୍ମ ଇନ୍ଧନ ସମ୍ମିଳନୀରେ କହିଛନ୍ତି, ପ୍ରଥମେ ଗର୍ତ୍ତର ନିଆଁ ଅନେକ କିମି ଦୂରରୁ ଦିଶୁଥିଲା । ସେଥିପାଇଁ ଏହାକୁ ‘ଗେଟ୍‌ୱେ ଟୁ ହେଲ୍‌’ ବା ନର୍କର ଦ୍ୱାର ନାମ ଦିଆଯାଇଥିଲା । ଏବେ ନିଆଁର କେବଳ ଏକ ହାଲୁକା ସ୍ରୋତ ରହିଛି । ୭୦ ଦଶକରୁ ଏହି ଗର୍ତ୍ତ ମିଥେନ ଗ୍ୟାସ୍‌ ନିର୍ଗମନର ପ୍ରମୁଖ ସ୍ରୋତ ହୋଇ ରହିଛି । ଏଥିସହ ଏହା ତୁର୍କମେନିସ୍ତାନର ଅନ୍ୟତମ ପ୍ରମୁଖ ପର୍ଯ୍ୟଟନ ଆକର୍ଷଣ ସ୍ଥଳୀ ମଧ୍ୟ ହୋଇଛି । ଦେଶ ଯେତେବେଳେ ସୋଭିଏତ ସଂଘର ଅଂଶ ଥିଲା, ସେତେବେଳେ ଅଧିକାରୀମାନେ ଏହି ଗର୍ତ୍ତର ବାସ୍ତବ ଉତ୍ପତ୍ତିକୁ ଲୁଚାଇବାକୁ ପ୍ରୟାସ କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking