19.1 C
Bhubaneswar
Saturday, February 7, 2026
Homeଓଡିଶାଛେରାପହଁରା କଲେ ଗଜପତି ମହାରାଜା

ଛେରାପହଁରା କଲେ ଗଜପତି ମହାରାଜା

ପୁରୀ: ଗଜପତି ମହାରାଜ ହେଉଛନ୍ତି ମହାପ୍ରଭୁଙ୍କ ଆଦ୍ୟ ସେବକ । ସେଥି ମଧ୍ୟରୁ ଗଜପତି ସେବା ପ୍ରଥମ ଓ ପ୍ରଧାନ ସେବା ।  ଏଣୁ ଆଜି ତିନି ରଥରେ ଛେରା ପହଁରା କଲେ ଗଜପତି ମହାରାଜ ଦିବ୍ୟ ସିଂହ ଦେଓ ।  ପରେ ରଥଟଣାଯିବାର ବ୍ୟବସ୍ଥା ରହିଛି । ନିର୍ଧାରିତ ସମୟ ପୂର୍ୱରୁ  ସମସ୍ତ କାଯ୍ୟ ସରିବ ବୋଲି ଆଶା କରାଯାଉଛି । ଶ୍ରୀଗୁଣ୍ଡିଚା ମନ୍ଦିରରୁ ପ୍ରଭୁ ଶ୍ରୀବଳଭଦ୍ର  ଦେବୀ  ମା’ସୁଭଦ୍ରା ଏବଂ ପ୍ରଭୁ ଶ୍ରୀଜଗନ୍ନାଥଙ୍କର ଶ୍ରୀମନ୍ଦିରକୁ ବାହୁଡ଼ା ଯାତ୍ରା ନୀତି ଆରମ୍ଭ ହୋଇଛି। ଚତୁର୍ଦ୍ଧାମୂର୍ତ୍ତି ରଥାରୁଢ଼ ହୋଇଛନ୍ତି। ତାଳଧ୍ୱଜ ରଥକୁ ବଡ଼ ଠାକୁର ଶ୍ରୀବଳଭଦ୍ରଙ୍କର ବିଜେ କରାଯାଇଥିଲା।ବଡ଼ ଠାକୁର ଶ୍ରୀବଳଭଦ୍ରଙ୍କ ପଛେ ପଛେ ଦେବୀ ମା’ସୁଭଦ୍ରା ଧାଡ଼ି ପହଣ୍ଡିରେ ଦର୍ପଦଳନ ରଥକୁ ବିଜେ କରିଥିଲେ। ଶେଷ ମହାପ୍ରଭୁ କାଳିଆ ସାଆନ୍ତ ପ୍ରଭୁ ଶ୍ରୀ ଜଗନ୍ନାଥ ଧାଡ଼ି ପହଣ୍ଡିରେ ନନ୍ଦିଘୋଷ ରଥକୁ ବିଜେ କରିଥିଲେ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking