14.1 C
Bhubaneswar
Monday, January 12, 2026
Homeଓଡିଶାପାଗଳ ମାଙ୍କଡକୁ କାବୁ କଲା ବନ ବିଭାଗ

ପାଗଳ ମାଙ୍କଡକୁ କାବୁ କଲା ବନ ବିଭାଗ

ବାଲିପାଟଣା: ୨ ଦିନ କସରତ ପରେ ଆଜି ସକାଳୁ ଦୁର୍ଦ୍ଦାନ୍ତ ହନୁକୁ ଟ୍ରାଙ୍କୁଲାଇଜ୍ କରାଯାଇଛି । ବାଲିପାଟଣା ଅଞ୍ଚଳରେ କିଛି ଦିନ ହେଲା ଆତଙ୍କ ସୃଷ୍ଟି କରିଥିବା ପାଗଳ ହନୁ ମାଙ୍କଡ଼କୁ କାବୁ କରିବାରେ ବନ ବିଭାଗ ସଫଳ ହୋଇଛନ୍ତି। ମାଙ୍କଡ଼ ନିସ୍ତେଜ ହେବା ପରେ ତାକୁ ଚିକିତ୍ସା ପାଇଁ ବନ କର୍ମଚାରୀ ନେଇ ଯାଇଥିବା ଜଣାପଡିଛି। ମାଙ୍କଡ଼ଟି ବହୁ ଲୋକଙ୍କୁ କାମୁଡି ଗୁରୁତର କରିଥିଲା। ବୁଧବାର ସକାଳୁ ୩ ଜଣଙ୍କୁ କାମୁଡି ଗୁରୁତର କରିଦେଇଥିଲା। ସେ ସ୍ଥାନୀୟ ଅଞ୍ଚଳରେ କୋକୁଆ ଭୟ ଖେଳାଇ ଦେଇଥିଲା। ଗତକାଲି ନନ୍ଦନକାନନ ଟିମ୍ ଦୀର୍ଘ ସମୟ ଚେଷ୍ଟା କରି ତାକୁ ଧରିବାରେ ବିଫଳ ହୋଇଥିଲେ। ଗୁରୁବାର ଦିନ ସକାଳେ ମାଙ୍କଡ଼ଟି ଏକ ଛାତ ଉପରେ ବସିଥିଲା । ବନବିଭାଗର ଟିମ୍‌ ନଜର ରଖିଥିଲା, ଆଉ ନନ୍ଦନକାନନର ଏକ ଟିମ୍‌ ସହାୟତାରେ ଟ୍ରାଙ୍କୁଲାଇଜ୍‌ କରାଯାଇଥିଲା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking