ପୁରୀ : ଶ୍ରୀମନ୍ଦିରରେ ସଂଧ୍ୟା ବଦଳରେ ଅପରାହ୍ଣରେ ଧ୍ୱଜା ବନ୍ଧା ହୋଇଛି । ନାଲି, ଧଳା , ହଳଦିଆ ରଙ୍ଗର ବାନା ଶ୍ରୀମନ୍ଦିରର ନୀଳଚକ୍ର ଉପରେ ବନ୍ଧା ହୋଇସାରିଲାଣି । । ବାନା ବାନ୍ଧିବା ପାଇଁ ଚୁନରା ସେବକ ସବୁ ଲାଗି ପଡିଛନ୍ତି । ଧ୍ୱଜା ବନ୍ଧା ଦେଖିବାକୁ ଶ୍ରୀମନ୍ଦିରରେ ପ୍ରବଳ ଭିଡ ଲାଗି ରହିଛି । ଶ୍ରୀମନ୍ଦିରର ପ୍ରଶାସନର ନିର୍ଦ୍ଦେଶକୁ ଏହା ଅକ୍ଷରେ ଅକ୍ଷରେ ପାଳନ କରାଯାଉଛି । ମହାପ୍ରଭୁଙ୍କ ନୀତିକୀନ୍ତକୁ କିଭଳି ଶୃଙ୍ଖଳିତ ଭାବେ ତରାନ୍ୱିତ କରାଯିବ ସେନେଇ ଶ୍ରୀମନ୍ଦିର ପ୍ରଶାସନର ଆଦେଶକୁ ପରିପାଳନ କରିଛନ୍ତି । ଶ୍ରୀମନ୍ଦିର ଭିତରେ ଭିଡ ଏଡାଇବାକୁ ବିକଳ୍ପ ପଦେକ୍ଷପ ନିଆଯାଇଛି ।