23.1 C
Bhubaneswar
Sunday, February 8, 2026
Homeଦେଶ ବିଦେଶଦେଶରେ ଗଡ଼ିବ ପ୍ରଥମ ହାଇଡ୍ରୋଜେନ୍ ଟ୍ରେନ୍‌

ଦେଶରେ ଗଡ଼ିବ ପ୍ରଥମ ହାଇଡ୍ରୋଜେନ୍ ଟ୍ରେନ୍‌

ନୂଆଦିଲ୍ଲୀ: ଭାରତରେ ଗଡିବ ପ୍ରଥମ ହାଇଡ୍ରୋଜେନ୍ ଟ୍ରେନ୍‌। ଏଭଳି ଏକ ସୂଚନା ସାମ୍ନାକୁ ଆସିଛି। ରିପୋର୍ଟ ଅନୁସାରେ ଦିଲ୍ଲୀ ଡିଭିଜନର ୮୯ କିଲୋମିଟର ରୁଟ୍‌ରେ (ହରିଆଣା ଜିନ୍ଦ୍‌-ସୋନିପତ୍ ରୁଟ୍‌)ରେ ପ୍ରଥମ ଥର ପାଇଁ ଏହି ହାଇଡ୍ରୋଜେନ୍ ଟ୍ରେନ୍ ଗଡ଼ିବ। ତେବେ ଏହି ହାଇଡ୍ରୋଜେନ୍ ଟ୍ରେନ୍‌ରେ ମୋଟ ୮ଟି ଯାତ୍ରୀବାହୀ କୋଚ୍ ରହିବ। ଯେଉଁଥିରେ ଏକସଙ୍ଗରେ ୨୬୩୮ ଯାତ୍ରୀ ଯାତ୍ରା କରିପାରିବେ।

ଯାତ୍ରୀବାହୀ କୋଚ୍ ଛଡା ଅନ୍ୟ ୨ଟି କୋଚ୍ ହାଇଡ୍ରୋଜେନ୍ ସିଲିଣ୍ଡର ପାଇଁ ଉଦ୍ଦିଷ୍ଟ ରହିବ। ପ୍ରକାଶ, ଚେନ୍ନାଇ ଇଣ୍ଟେଗ୍ରାଲ କୋଚ୍ ଫ୍ୟାକ୍ଟ୍ରିରେ ଏହାର କାମ ଚାଲୁ ରହିଛି। ତେବେ ଏହି ହାଇଡ୍ରୋଜେନ୍ ଟ୍ରେନର ସର୍ବାଧିକ ଗତି ଘଣ୍ଟାପ୍ରତି ୧୧୦ କିଲୋମିଟର ରହିବ ବୋଲି କୁହାଯାଇଛି। ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି ଜର୍ମାନୀରେ ଏହି ହାଇଡ୍ରୋଜେନ୍ ଟ୍ରେନ୍‌ର ୨ଟି ବଗି ଟ୍ରାକ୍‌ରେ ଗଡୁଥିବା ବେଳେ ଅନ୍ୟ କେଉଁଠି ଏହି ଅଭିଯାନ ସଫଳ ହୋଇନାହିଁ। ତେବେ ଏହି ହାଇଡ୍ରୋଜେନ୍ ଟ୍ରେନ୍ ପ୍ରକ୍ରିୟା ଯଦି ସଫଳ ହୁଏ ତେବେ ଏହା ଶବ୍ଦ ପ୍ରଦୂଷଣକୁ କମ୍ କରିବ ଅର୍ଥାତ ଏହାର ହର୍ଣ୍ଣ ଖୁବ କମ୍ ଅଟେ। ଏହି ଟ୍ରେନ୍ ଥରକେ ୧୪୦ କିମି ଘଣ୍ଟା ପ୍ରତି ବେଗରେ ୧୦୦୦ କିଲୋମିଟର ଯାଏଁ ଚାଲିବ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking