35.1 C
Bhubaneswar
Thursday, April 2, 2026
Homeଅପରାଧଦୁଷ୍କର୍ମ ପରେ ପ୍ରଥମ ଶ୍ରେଣୀ ଛାତ୍ରୀଙ୍କୁ ତଣ୍ଟି ଚିପି ମାରିଦେଲେ ଶିକ୍ଷକ

ଦୁଷ୍କର୍ମ ପରେ ପ୍ରଥମ ଶ୍ରେଣୀ ଛାତ୍ରୀଙ୍କୁ ତଣ୍ଟି ଚିପି ମାରିଦେଲେ ଶିକ୍ଷକ

ଗୁଜରାଟ : ପ୍ରଥମ ଶ୍ରେଣୀ ଛାତ୍ରୀଙ୍କୁ ଶିକ୍ଷକଙ୍କ ଦୁଷ୍କର୍ମ ଓ ପରେ ହତ୍ୟା । ଗୁଜରାଟର ଏକ ସ୍କୁଲରେ ଘଟିଛି ଏଭଳି ଅଭାବନୀୟ ଘଟଣା। ତେବେ ଜଣେ ପ୍ରଥମ ଶ୍ରେଣୀର ଛାତ୍ରୀଙ୍କୁ ଦୁଷ୍କର୍ମ ଉଦ୍ୟମ କରିବା ବେଳେ ତାକୁ ଅତି ନିର୍ମମ ଭାବେ ତଣ୍ଟିଚିପି ହତ୍ୟା କରାଯାଇଛି । ସ୍କୁଲ୍ ପରିସରରୁ ୬ ବର୍ଷର ଝିଅର ମୃତଦେହ ମିଳିବା ପରେ ପୁଲିସ ତଦନ୍ତ କରି ଏହି ହତ୍ୟାକାଣ୍ଡର ପର୍ଦ୍ଦାଫାସ କରିଛି। ବରିଷ୍ଠ ପୁଲିସ ଅଧିକାରୀ ରାଜଦୀପ ସିଂହ ଝାଲା କହିଛନ୍ତି, ଗୁରୁବାର ସନ୍ଧ୍ୟାରେ ଜଣେ ପ୍ରଥମ ଶ୍ରେଣୀ ଛାତ୍ରୀଙ୍କ ମୃତଦେହ ତାଙ୍କ ବିଦ୍ୟାଳୟ ପରିସରରୁ ମିଳିଥିଲା। ପୋଷ୍ଟମର୍ଟମରୁ ଜଣାପଡିଥିଲା ଯେ, ଶ୍ୱାସରୁଦ୍ଧ ହୋଇ ତାଙ୍କର ମୃତ୍ୟୁ ହୋଇଛି। ଫଳରେ ପୁଲିସ ଏକ ମାମଲା ରୁଜୁ କରିବା ସହ ୧୦ଟି ଟିମ୍ ଗଠନ କରି ତଦନ୍ତ ଚଳାଇଥିଲା।ତଦନ୍ତ ସମୟରେ ଝିଅଟିର ମାଆ ପୁଲିସକୁ କହିଥିଲେ ଯେ, ସେ ପ୍ରତିଦିନ ତାଙ୍କ ପ୍ରିନ୍ସିପାଲ ଗୋବିନ୍ଦ ନାଟଙ୍କ ସହ ସ୍କୁଲ୍ ଯାଆନ୍ତି। ଘଟଣା ଦିନ ମଧ୍ୟ ଗୋବିନ୍ଦ ସାର୍ ୧୦ଟା ୩୦ ସମୟରେ ଛାତ୍ରୀଙ୍କୁ ସ୍କୁଲକୁ ନେଇଥିଲେ। ପୁଲିସ ତାଙ୍କୁ ପଚାରିବାରୁ ପ୍ରିନ୍ସିପାଲ ତାଙ୍କୁ ସ୍କୁଲରେ ଛାଡ଼ି ଅନ୍ୟ ଏକ କାମରେ ଯାଇଥିବା କହିଥିଲେ। କିନ୍ତୁ ପ୍ରଧାନଶିକ୍ଷକଙ୍କ ଫୋନ୍ ଲୋକେସନରୁ ଜଣାପଡ଼ିଥିଲା ଯେ, ସେ ଘଟଣା ଦିନ ବିଳମ୍ବରେ ସ୍କୁଲରେ ପହଞ୍ଚିଥିଲେ। ଫଳରେ ପୁଲିସର ସନ୍ଦେହ ବଢିଥିଲା। ତାଙ୍କୁ ଅଧିକ ଜେରା କରିଥିଲେ। ଜେରା ସମୟରେ ସବୁ ସତ ମାନିଥିଲେ ଅଭିଯୁକ୍ତ ପ୍ରିନ୍ସିପାଲ ଗୋବିନ୍ଦ ନାଟ। ପୁଲିସ ଅଧିକାରୀ ରାଜଦୀପ ସିଂହ କହିଛନ୍ତି ଯେ, ପ୍ରିନ୍ସିପାଲ ଗୋବିନ୍ଦ ନାଟ ଛାତ୍ରୀଙ୍କୁ ସ୍କୁଲ୍ ନ ନେଇ ଅନ୍ୟ ଏକ ସ୍ଥାନକୁ ନେଇଥିଲେ। ସେଠାରେ କାର୍ ମଧ୍ୟରେ ତାଙ୍କୁ ଦୁଷ୍କର୍ମ କରିବାକୁ ଉଦ୍ୟମ କରିଥିଲେ। ଫଳରେ ସେ ଜୋରରେ ଚିତ୍କାର କରିଥିଲେ। ପାଟି ଚୁପ୍ କରାଇବା ପାଇଁ ପ୍ରିନ୍ସିପାଲ ଛାତ୍ରୀଙ୍କ ତଣ୍ଟିଚିପି ହତ୍ୟା କରିଥିଲେ। ପରେ ମୃତଦେହକୁ କାରରେ ରଖି ତାଲା ପକାଇ ସ୍କୁଲକୁ ଯାଇଥିଲେ।ସ୍କୁଲ୍ ଛୁଟି ହେବା ପରେ ସନ୍ଧ୍ୟା ୫ଟାରେ ସ୍କୁଲ୍ ପଛ ପଟେ ମୃତଦେହ ଫିଙ୍ଗି ବ୍ୟାଗ୍ ଏବଂ ଜୋତାକୁ ଶ୍ରେଣୀ ଗୃହ ସମ୍ମୁଖରେ ପକାଇ ଘରକୁ ଚାଲି ଯାଇଥିଲେ। ଏସବୁ ସତ ନିଜେ ସ୍ୱୀକାର କରିଛନ୍ତି ପ୍ରିନ୍ସିପାଲ ଗୋବିନ୍ଦ ନାଟ। ଅଭିଯୁକ୍ତ ପ୍ରିନ୍ସିପାଲଙ୍କ ବିରୁଦ୍ଧରେ ଭାରତ ନ୍ୟାୟ ସଂହିତା ଏବଂ ପକ୍ସୋ ଆକ୍ଟ ଆଧାରରେ କଡ଼ା ଦଫା ଲାଗିଛି। ପୁଲିସ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking