34.1 C
Bhubaneswar
Sunday, February 22, 2026
Homeବଲିଉଡଫିଲ୍ମ 'ଏମର୍ଜେନ୍ସି’କୁ ମିଳିଲା ୟୁଏ ସାର୍ଟିଫିକେଟ୍‌, ଖୁବ ଶୀଘ୍ର ହେବ ରିଲିଜ

ଫିଲ୍ମ ‘ଏମର୍ଜେନ୍ସି’କୁ ମିଳିଲା ୟୁଏ ସାର୍ଟିଫିକେଟ୍‌, ଖୁବ ଶୀଘ୍ର ହେବ ରିଲିଜ

ମୁମ୍ବାଇ : ବଡ଼ ପରଦାରେ ଖୁବ୍‌ଶୀଘ୍ର ମୁକ୍ତିଲାଭ କରିବାକୁ ଯାଉଛି ଫିଲ୍ମ ‘ଏମର୍ଜେନ୍ସି’। ଏହି ଫିଲ୍ମକୁ ମିଳିଲା ୟୁଏ ସାର୍ଟିଫିକେଟ୍‌। ସେଣ୍ଟ୍ରାଲ ବୋର୍ଡ ଅଫ୍‌ ଫିଲ୍ମ ସାର୍ଟିଫିକେଶନ (ସିବିଏଫ୍‌ସି) ପକ୍ଷରୁ କିଛି ସର୍ତ୍ତ ସହ ‘ଏମର୍ଜେନ୍ସି’କୁ ୟୁଏ ସାର୍ଟିଫିକେଟ ପ୍ରଦାନ କରାଯାଇଛି। ଫିଲ୍ମର କିଛି ଦୃଶ୍ୟ କାଟିବାକୁ ସେନ୍ସର ବୋର୍ଡ ଫିଲ୍ମ ନିର୍ମାତାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ଏହି ଫିଲ୍ମରେ ପ୍ରଦର୍ଶିତ ହେବାକୁ ଥିବା ଐତିହାସିକ ଘଟଣାବଳୀ ପାଇଁ ନିର୍ମାତାଙ୍କୁ ଡିସ୍‌କ୍ଲେମର ପ୍ରଦାନ କରିବାକୁ ପଡ଼ିବ। ତେବେ କଙ୍ଗନା ରଣାୱତଙ୍କ ଫିଲ୍ମ ‘ଏମର୍ଜେନ୍ସି’ ପ୍ରେକ୍ଷାଳୟରେ କେବେ ରିଲିଜ୍‌ ହେବ ସେନେଇ କୌଣସି ସୂଚନା ମିଳିନାହିଁ। ପୂର୍ବରୁ ‘ଏମର୍ଜେନ୍ସି’ ଫିଲ୍ମ ନିର୍ମାତାଙ୍କ ଅଭିଯୋଗ କ୍ରମେ ଆସନ୍ତା ୧୮ ସୁଦ୍ଧା ଫିଲ୍ମକୁ ସାର୍ଟିଫିକେଟ ପ୍ରଦାନ ନେଇ ନିଷ୍ପତ୍ତି ନେବାକୁ ବମ୍ବେ ହାଇକୋର୍ଟ ସିବିଏଫ୍‌ସିକୁ ନିର୍ଦ୍ଦେଶ ଦେଇଥିଲେ। ସୂଚନା ଥାଉକି ଫିଲ୍ମର ଟ୍ରେଲର ରିଲିଜ୍‌ ହେବା ପରେ ଏହା ସମାଜକୁ ଭୁଲ୍‌ ତଥ୍ୟ ପ୍ରଦାନ କରୁଥିବା ଅଭିଯୋଗ କରି ପଞ୍ଜାବର ଶିରୋମଣି ଅକାଳୀ ଦଳ(ଏସ୍‌ଏଡି) ସମେତ ବହୁ ଶିଖ୍‌ ସଙ୍ଗଠନ ଫିଲ୍ମର ରିଲିଜକୁ ବିରୋଧ କରିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking