24.1 C
Bhubaneswar
Tuesday, January 20, 2026
Homeଦେଶ ବିଦେଶସାଉଦି ଯୁବରାଜଙ୍କୁ ଘାରିଛି ହତ୍ୟା ଭୟ

ସାଉଦି ଯୁବରାଜଙ୍କୁ ଘାରିଛି ହତ୍ୟା ଭୟ

ରିୟାଦ୍‌: ସାଉଦି ଆରବର କ୍ରାଉନ ପ୍ରିନ୍ସ ମହମ୍ମଦ ବିନ ସଲମାନ ନିଜ ହତ୍ୟାକୁ ଭୟ କରୁଛନ୍ତି । ଏକଥ ସେ ନିଜେ ପ୍ରକାଶ କରିଛନ୍ତି । ସାଉଦି କ୍ରାଉନ ପ୍ରିନ୍ସ ଭୟ କରୁଛନ୍ତି, ଯଦି ସେ ଇସ୍ରାଏଲ, ଆମେରିକା ଏବଂ ସାଉଦି ଆରବ ମଧ୍ୟରେ ସମ୍ଭାବ୍ୟ ଚୁକ୍ତିରେ ଆଗକୁ ବଢନ୍ତି ତେବେ ତାଙ୍କୁ ହତ୍ୟା କରାଯାଇପାରେ । ଆମେରିକାର ଅଧିକାରୀମାନେ ଇସ୍ରାଏଲ-ସାଉଦି ଆରବ-ଆମେରିକା ମଧ୍ୟରେ ସମ୍ଭାବ୍ୟ ଚୁକ୍ତି ସମ୍ପର୍କରେ ମହମ୍ମଦ ବିନ ସଲମାନଙ୍କୁ ଭେଟିଥିଲେ ।

ଏହି ସାକ୍ଷାତ ସମୟରେ ସାଉଦି କ୍ରାଉନ ପ୍ରିନ୍ସ କହିଛନ୍ତି, ଯଦି ସେ ଏହି ଚୁକ୍ତି ସହିତ ଆଗକୁ ବଢନ୍ତି ତେବେ ତାଙ୍କୁ ହତ୍ୟା କରାଯାଇପାରେ । ଏହା ଉପରେ ଆମେରିକାର ଅଧିକାରୀମାନେ ତାଙ୍କ ସୁରକ୍ଷାକୁ ନିଶ୍ଚିତ କରିଥିଲେ । ମହମ୍ମଦ ବିନ ସଲମାନ ଆମେରିକୀୟ ଅଧିକାରୀମାନଙ୍କୁ ପଚାରିଥିଲେ ଯେ ଯେତେବେଳେ ୧୯୮୧ରେ ଇଜିପ୍ଟର ରାଷ୍ଟ୍ରପତି ଅନୱାର ସାଦତଙ୍କୁ ଇସଲାମୀୟ ଆତଙ୍କବାଦୀମାନେ ହତ୍ୟା କରିଥିଲେ, ସେତେବେଳେ ଆମେରିକା କ’ଣ କଲା? ତେବେ ରିପୋର୍ଟ ଅନୁଯାୟୀ, ସାଉଦି କ୍ରାଉନ ପ୍ରିନ୍ସ ଏହି ଚୁକ୍ତି ତାଙ୍କ ଦେଶର ଭବିଷ୍ୟତକୁ ଦୃଷ୍ଟିରେ ରଖି ସମ୍ଭାବ୍ୟ ବିପଦ ସତ୍ତ୍ୱେ ଏହି ଡିଲ ସହିତ ଆଗକୁ ବଢିବାକୁ ନିଶ୍ଚିତ କରିଛନ୍ତି ।

ସୂଚନାଯୋଗ୍ୟ, ଚୁକ୍ତିନାମା ଅନୁଯାୟୀ ଆମେରିକା ସାଉଦି ଆରବର ସୁରକ୍ଷା ନିଶ୍ଚିତ କରିବ ଏବଂ ସାଉଦି ଆରବର ନାଗରିକ ଆଣବିକ କାର୍ଯ୍ୟକ୍ରମରେ ଆମେରିକା ମଧ୍ୟ ସାହାଯ୍ୟ କରିବ । ଆମେରିକା ସାଉଦି ଆରବରେ ଟେକ୍ନୋଲୋଜି କ୍ଷେତ୍ରରେ ବିନିଯୋଗ କରିବ । ଏହାର ପ୍ରତିବଦଳରେ ସାଉଦି ଆରବକୁ ଚାଇନା ସହ ସମ୍ପର୍କ ସୀମିତ ରଖିବାକୁ ପଡିବ ଏବଂ ସେହି ସମୟରେ ଇସ୍ରାଏଲ ସହିତ କୂଟନୈତିକ ସମ୍ପର୍କ ବଜାୟ ରଖିବାକୁ ପଡିବ । ଯଦି ସାଉଦି ଆରବ ଇସ୍ରାଏଲ ସହିତ କୂଟନୈତିକ ସମ୍ପର୍କ ସ୍ଥାପନ କରେ, ତେବେ ଏହା ଇସ୍ରାଏଲ ପାଇଁ ବହୁତ ଲାଭଦାୟକ ହେବ କାରଣ ଆରବ ଜଗତରେ ସାଉଦି ଆରବର ବହୁତ ପ୍ରଭାବ ରହିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking