31.1 C
Bhubaneswar
Wednesday, February 11, 2026
Homeଅପରାଧପୁଅ ମାଡ଼ରେ ଚାଲିଗଲା ବାପାଙ୍କ ଜୀବନ

ପୁଅ ମାଡ଼ରେ ଚାଲିଗଲା ବାପାଙ୍କ ଜୀବନ

ସମ୍ବଲପୁର : ପୁଅ ମାଡ଼ରେ ଚାଲିଗଲା ବାପାଙ୍କ ଜୀବନ । ଏଭଳି ଏକ ଅଭାବନୀୟ ଘଟଣା ସମ୍ବଲପୁରରେ ଘଟିଛି । ମୃତକଙ୍କ ନାଁ ବଳରାମ ମୁଣ୍ଡା ସେ କରମଟୁଲି ଗାଁର । ପୁଲିସ ବଳରାମଙ୍କ ମୃତଦେହ ଜବତ କରିବା ସହିତ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି। ଅଭିଯୁକ୍ତ ପୁଅ ଫେରାର ହୋଇଯାଇଛି। ସଦର ଏସଡିପିଓ ତୁଫାନ ବାଗଙ୍କ ସୂଚନା ଅନୁସାରେ, ଅଇଁଠାପାଲି ଥାନା ଅନ୍ତର୍ଗତ କରମଟୁଲି କେନାଲ ନିକଟରେ ଏକ ଘରେ ବଳରାମ ମୁଣ୍ଡା, ତାଙ୍କ ସ୍ତ୍ରୀ ସୁଷମା ମୁଣ୍ଡା ଓ ସାବତ ପୁଅଙ୍କ ସହିତ ରହୁଥିଲେ। କୌଣସି କାରଣରୁ ବୁଧବାର ରାତିରେ ବଳରାମ ଓ ସୁଷମାଙ୍କ ମଧ୍ୟରେ ବିବାଦ ହେବାରୁ ଉଭୟଙ୍କ ମଧ୍ୟରେ ଝଗଡା ହୋଇଥିଲା । ଫଳରେ ସାବତ ପୁଅ କଣ ପାଇଁ ସବୁ ସମୟରେ ଘରେ ଝଗଡା କରୁଛ ବୋଲି କହି ଉଭୟଙ୍କୁ ଗାଳିଗୁଲଜ କରିବା ସହିତ ବାଡିରେ ସେମାନଙ୍କୁ ମାଡ ମାରିଥିଲେ । ଏଣୁ ଉଭୟ ବଳରାମ ଓ ସୁଷମା ଅଚେତ ହୋଇ ପଡିଯାଇଥିଲେ । ଏହି ଘଟଣା ପରେ ସାବତ ପୁଅ ଘର ବନ୍ଦ କରି ଫେରାର ହୋଇଯାଇଥିଲା। ତାଙ୍କ ଭାଇ ବଳରାମ ଓ ସୁଷମା ତୁରନ୍ତ ପୁଲିସକୁ ଖବର ଦେବା ସହିତ ଡାକ୍ତରଖାନାକୁ ସେମାନଙ୍କୁ ନିଆଯାଇଥିଲା । ସେଠାରେ ଡାକ୍ତର ବଳରାମଙ୍କୁ ମୃତ ଘୋଷଣା କରିଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking