17.1 C
Bhubaneswar
Sunday, February 8, 2026
Homeଓଡିଶାବାପା ଛେଉଣ୍ଡ ହୋଇଗଲା ନବଜାତ ଶିଶୁ

ବାପା ଛେଉଣ୍ଡ ହୋଇଗଲା ନବଜାତ ଶିଶୁ

କୋରାପୁଟ: ସୁଖ କେମିତି ଦୁଃଖରେ ପାଲଟିଯାଏ। ହସ କେମିତି ଲୁହରେ ବଦଳିଯାଏ । ଏ ଦୁର୍ଘଟଣା ତା’ର ଜ୍ବଳନ୍ତ ଉଦାହରଣ । ପୁଅ ଜନ୍ମର ଖୁସି ବାଣ୍ଟିବା ଆଗରୁ ଶବ ପାଲଟିଯାଇଛନ୍ତି ବାପା। କୋରାପୁଟରେ ଘଟିଥିବା ଏକ ଦୁର୍ଘଟଣା ନବଜାତ ଶିଶୁପୁତ୍ରକୁ ବାପ ଛେଉଣ୍ଡ କରିଦେଇଛି। କୋରାପୁଟ ଜିଲ୍ଲା ନନ୍ଦପୁର ବ୍ଲକ ଅନ୍ତର୍ଗତ ଥୁବାର ସାହେଦ ହନିଫଙ୍କ ପତ୍ନୀ ନନ୍ଦପୁର ମେଡିକାଲରେ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଥିଲେ । ପୁତ୍ର ସନ୍ତାନ ଜନ୍ମ ହେବା ପରେ ଅତ୍ୟଧିକ ରକ୍ତସ୍ରାବ ହେବାରୁ ଡାକ୍ତର ମା’ ଓ ଶିଶୁଙ୍କୁ କୋରାପୁଟ ସହିଦ ଲକ୍ଷ୍ମୀଣ ନାୟକ ମେଡିକାଲକୁ ସ୍ଥାନାନ୍ତରିତ କରିବା ପାଇଁ ପରାମର୍ଶ ଦେଇଥିଲେ । ମା’ ଓ ଶିଶୁକୁ ଆମ୍ବୁଲାନ୍ସ ଯୋଗେ କୋରାପୁଟ ସହିଦ ଲକ୍ଷ୍ମୀଣ ନାୟକ ମେଡିକାଲ ନିଆଯାଇଥିଲା ।  ପରେ ପରିବାରଙ୍କୁ ଧରି ନିଜ କାର ଯୋଗେ କୋରାପୁଟ ସହିଦ ଲକ୍ଷ୍ମୀଣ ନାୟକ ମେଡିକାଲ କଲେଜକୁ ଯାଉଥିବା ବେଳେ ସରକାରୀ ମହାବିଦ୍ୟାଳୟ ନିକଟରେ ଟ୍ରକ ସହିତ ମୁହାଁମୁହିଁ ଧକ୍କା ହୋଇଥିଲା ହନିଫଙ୍କ କାର । ଦୁର୍ଘଟଣାରେ ହନିଫଙ୍କ ମୃତ୍ୟୁ ହୋଇଥିବା ବେଳେ ଦୁଇଜଣ ଗୁରୁତ୍ୱର ହୋଇଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking