27.1 C
Bhubaneswar
Saturday, October 19, 2024
Homeଅପରାଧବାପା ସାଜିଲା ସଇତାନ, ନିଜ ଝିଅକୁ କଲା ଦୁଷ୍କର୍ମ ଉଦ୍ୟମ

ବାପା ସାଜିଲା ସଇତାନ, ନିଜ ଝିଅକୁ କଲା ଦୁଷ୍କର୍ମ ଉଦ୍ୟମ

ରାଉରକେଲା: ରକ୍ତ ସମ୍ପର୍କରେ ଲାଗିଲା ଦାଗ । ବାପା ସାଜିଲା ସଇତାନ, ନିଜ ଝିଅକୁ କଲା ଦୁଷ୍କର୍ମ ଉଦ୍ୟମ । ବାପା ବିରୋଧରେ ଅଭିଯୋଗ କରି ନାବାଳିକା ଝିଅ ଥାନାର ଦ୍ୱାରସ୍ଥ ହୋଇଛନ୍ତି । କେନ୍ଦୁଝର ଜିଲ୍ଲାରୁ ଏଭଳି ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି । ଏହି ଘଟଣା ନେଇ ରାଉରକେଲାରେ ପଶ୍ଚିମାଞ୍ଚଳ ଊଓଏଙ୍କୁ ଭେଟି ପୀଡ଼ିତା ଏବଂ ତାଙ୍କ ମାଆ ନ୍ୟାୟ ପାଇଁ ନିବେଦନ କରିଛନ୍ତି । ସୂଚନା ଅନୁଯାୟୀ, ନାବାଳିକା ପୀଡ଼ିତାଙ୍କ ମାଆ ଏବଂ ବାପାଙ୍କ ମଧ୍ୟରେ ଛାଡପତ୍ର ହୋଇସାରିଛି । ତେଣୁ ନାବାଳିକା ନିଜ ମାଆଙ୍କ ସହ ରହୁଥିବାବେଳେ ବାପା ଅନ୍ୟତ୍ର ରହୁଛନ୍ତି । ଗତ ୩ ତାରିଖ ଦିନ ପୀଡ଼ିତା ନାବାଳିକା ଜଣକ ଯୋଡ଼ା ଅଞ୍ଚଳ ସ୍ଥିତ ଘରେ ଏକୁଟିଆ ଥିଲେ ।

ଅନ୍ୟପଟେ ତାଙ୍କ ମାଆ ରାଉରକେଲା ସହରକୁ ଚିକିତ୍ସା ପାଇଁ ଆସିଥିଲେ । ଝିଅ ଘରେ ଏକୁଟିଆ ଥିବା ଖବର ଶୁଣି ବାପା ସାଗର ସାହୁ ହଠାତ୍ ସେଠାରେ ପହଞ୍ଚି ପାଟିତୁଣ୍ଡ କରିବାରେ ଲାଗିଲେ । ଏହାପରେ ନିଜ ଝିଅ ସହ ଦୁଷ୍କର୍ମ କରିବାକୁ ଉଦ୍ୟମ କରିଥିଲେ । ଏତିକି ବେଳେ ନାବାଳିକା ଜଣକ କଳେବଳେ କୌଶଳେ ନିଜର ଜୀବନ ବଞ୍ଚାଇ ସେଠାରୁ ଖସି ଆସିଥିଲେ । ଏନେଇ ଯୋଡ଼ା ଥାନାରେ ବାପା ବିରୋଧରେ ଅଭିଯୋଗ କଲେ । କିନ୍ତୁ ଅଭିଯୋଗ ପରେ ମଧ୍ୟ ଯୋଡ଼ା ଥାନା ଅଧିକାରୀ କୌଣସି ତ୍ୱରିତ ପଦକ୍ଷେପ ଗ୍ରହଣ ନକରିବା ନାବାଳିକା ପୀଡିତା ଅଭିଯୋଗ କରିଛନ୍ତି । ଏହି ପରିପ୍ରେକ୍ଷୀରେ ରାଉରକେଲାରେ ପଶ୍ଚିମାଞ୍ଚଳ ଊଓଏଙ୍କୁ ଭେଟି ନ୍ୟାୟ ପାଇଁ ନିବେଦନ କରିଛନ୍ତି । ଏହି ଘଟଣା ନେଇ ପଶ୍ଚିମାଞ୍ଚଳ ଡିଆଇଜି ଯୋଡ଼ା ପୋଲିସକୁ ମାମଲାର ଯାଞ୍ଚ ପାଇଁ ନିର୍ଦ୍ଦେଶ ଦେଇଥିବା ସୂଚନା ମିଳିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking