28.1 C
Bhubaneswar
Friday, September 20, 2024
Homeଦେଶ ବିଦେଶବକେୟା ଟଙ୍କା ଦେଇ ନ ପାରିବାରୁ ୩ ବର୍ଷର ପୁଅକୁ ବିକିଦେଲା ବାପା

ବକେୟା ଟଙ୍କା ଦେଇ ନ ପାରିବାରୁ ୩ ବର୍ଷର ପୁଅକୁ ବିକିଦେଲା ବାପା

ଲକ୍ଷ୍ନୌ: ଉତ୍ତର ପ୍ରଦେଶରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଜଣେ ବାପା ନିଜ ଶିଶୁପୁତ୍ରକୁ ବିକ୍ରି କରିଦେଇଥିବା ଖବର ସାମନାକୁ ଆସିଛି । ଘଟଣାଟି ଘଟିଛି ଉତ୍ତର ପ୍ରଦେଶର କୁଶିନଗରରେ ହୋଇଛି । ବିଲ ଦେବା ପାଇଁ ପାଖରେ ଟଙ୍କା ନଥିବାରୁ ବାପା ୩ ବର୍ଷର ଛୁଆକୁ ବିକ୍ରି କରିଦେଇଛି । ସୂଚନା ଅନୁସାରେ ଏକ ପ୍ରାଇଭେଟ ଡାକ୍ତରଖାନାରେ ନିଜ ସ୍ତ୍ରୀର ଡେଲିଭେରି ପାଇଁ ଆସିଥିଲେ ଏହି ବ୍ୟକ୍ତି ଜଣଙ୍କ । ନା ତାଙ୍କର ହରିଶ ପଟେଲ । ସ୍ଥାନୀୟ ଲୋକଙ୍କ କଥା ଅନୁସାରେ ହରିଶଙ୍କର ୫ ଟି ସନ୍ତାନ ଅଛନ୍ତି ।

ହରିଶ ହେଉଛନ୍ତି ଜଣେ ଦିନ ମଜୁରିଆ । ବାରୱା ପଟ୍ଟିର ବାସିନ୍ଦା ହେଇଛନ୍ତି ହରିଶ । ପତ୍ନୀଙ୍କ ଡେଲିଭେରି ପାଇଁ ଏକ ପ୍ରାଇଭେଟ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ ବୋଲି ପୋଲିସ କହିଥିଲେ । ହସ୍ପିଟାଲ ର ବିଲ ଭରିବା ପାଇଁ ପାଖରେ ଟଙ୍କା ନ ଥିବା ହେତୁ ହରିଶ ମାତ୍ର କିଛି ଟଙ୍କା ପାଇଁ ନିଜ ୩ ବର୍ଷର ପୁଅକୁ ବିକ୍ରି କରିଥିଲେ । ଟଙ୍କା ନ ଦେଲେ ନବଜାତ ଶିଶୁ ଓ ମାଙ୍କୁ ଛାଡିନଥିଲେ ହସ୍ପିଟାଲ କର୍ମଚାରୀ । ଏଭଳି ପରିସ୍ଥିରେ ବାଧ୍ୟ ହୋଇ ହରିଶ ନିଜ ସନ୍ତାନକୁ ବିକିବା ପାଇଁ ନିଷ୍ପତ୍ତି ନେଇଥିଲେ । ଏ ଘଟଣାକୁ ନେଇ ଅସନ୍ତୋଷ ଦେଖା ଯାଇଥିଲା । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିଛି । ଶିଶୁ ପୁତ୍ରକୁ ଉଦ୍ଧାର କରିଛି । ଏହି ଘଟଣାରେ ୫ ଜଣଙ୍କୁ ଗିରଫ କରିଛି । ଶିଶୁକୁ ନେଇଥିବା ଦମ୍ପତ୍ତିଙ୍କୁ ମଧ୍ୟ ଅଟକ ରଖାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking