32.1 C
Bhubaneswar
Wednesday, September 18, 2024
Homeଓଡିଶାଝିଅର ପ୍ରେମ ରାସ୍ତାରେ ଖଳନାୟକ ସାଜିଲେ ବାପା

ଝିଅର ପ୍ରେମ ରାସ୍ତାରେ ଖଳନାୟକ ସାଜିଲେ ବାପା

ରାୟଗଡା: ପ୍ରେମ କରୁଥିଲା ଝିଅ । ଗ୍ରହଣ କରିପାରିଲେନି ବାପା । ଆଉ ଝିଅର ପ୍ରେମରେ ଖଳନାୟକ ସାଜିଲେ ବାପା । ସବୁଦିନ ପାଇଁ ପ୍ରେମିକକୁ ରାସ୍ତାରୁ ହଟାଇ ଦେଲେ । ଏଭଳି ଏକ ଚାଞ୍ଚଲ୍ୟକର ଘଟଣା ଘଟିଛି ରାୟଗଡା ଜିଲ୍ଲାର କାଶୀପୁର ଥାନା ଅନ୍ତର୍ଗତ ଅଡାଯୋର ଗ୍ରାମରେ । ଅଭିଯୁକ୍ତକୁ ଗିରଫ କରି କୋର୍ଟଚାଲାଣ କରିଛି ପୋଲିସ । ରାୟଗଡା ଜିଲ୍ଲା ଆଡାଯୋର୍ ପଞ୍ଚାୟତ ଅନ୍ତର୍ଗତ ଅଡାଟାକିରି ଗ୍ରାମର ମଙ୍ଗଲ ସିଂ ମାଝି ଅଡାଯୋର ଗାଁର ଜଣେ ଯୁବତୀକୁ ଭଲ ପାଇବସିଥିଲେ । ଉଭୟେ ପ୍ରେମକୁ ନେଇ ଖୁସିର ସଂସାର ଗଢିବାକୁ ସ୍ୱପ୍ନ ଦେଖୁଥିଲେ । ପ୍ରେମ ଆକାଶରେ ଉଡିବୁଲିଥିଲେ ପ୍ରେମ ପକ୍ଷୀ । ହେଲେ ଝିଅର ପ୍ରେମ ସମ୍ପର୍କରେ ଜାଣିପାରିଥିଲେ ବାପା । ଯାହାକୁ ସେ ଗ୍ରହଣ କରିପାରିନଥିଲେ । ଆଉ ପ୍ରେମିକକୁ ସବୁଦିନ ପାଇଁ ରାସ୍ତାରୁ ହଟାଇବାକୁ ଯୋଜନା କରିଥିଲେ । ଝିଅ ପ୍ରେମ କରୁଥିବା ଜାଣି ଏହାକୁ ସହଜରେ ଗ୍ରହଣ କରିପାରିନଥିଲେ ଅଭିଯୁକ୍ତ । ଗତକାଲି ମଙ୍ଗଲସିଂ ମାଝୀ ଓ ତାଙ୍କ ଝିଅକୁ ଟାଙ୍ଗିଆରେ ହାଣି ହତ୍ୟା କରିବାକୁ ଉଦ୍ୟମ କରିଥିଲେ । ଟାଙ୍ଗିଆ ଚୋଟରେ ଘଟଣାସ୍ଥଳରେ ହିଁ ଟଳି ପଡିଥିଲେ ମଙ୍ଗଲସିଂ ମାଝୀ । ଆଉ ଝିଅ ଗୁରୁତର ହୋଇପଡିଥିଲେ ।

ଆଉ ଘଟଣା ଘଟାଇ ଫେରାର ହୋଇଯାଇଥିଲା ଅଭିଯୁକ୍ତ । ସେପଟେ ଟାଙ୍ଗିଆ ଆକ୍ରମଣରେ ଗୁରୁତର ହୋଇପଡିଛନ୍ତି ଯୁବତୀ । ଖବର ପାଇ କାଶୀପୁର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ କରିବା ସହ ଗୁରୁତର ଝିଅକୁ ଉଦ୍ଧାରକରି ପ୍ରଥମେ କାଶୀପୁର ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲା । ସେଠାରେ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ଥିବାରୁ ଚିକିତ୍ସା କରୁଥିବା ଡାକ୍ତର ପ୍ରାଥମିକ ଚିକିତ୍ସା ପରେ ରାୟଗଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରିଛନ୍ତି । ସେଠାରେ ତାଙ୍କର ଚିକିତ୍ସା ଜାରି ରହିଛି । ରାୟଗଡା ଏସଡିପିଓ ରଶ୍ମି ରଞ୍ଜନ ପ୍ରଧାନ କହିଛନ୍ତି, ‘ମୃତ ଯୁବକ ଓ ଯୁବତୀଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିଲା । ଯାହାକୁ ନେଇ ଅଭିଯୁକ୍ତ ଉଭୟଙ୍କୁ ତାଗିତ୍‌? କରିଥିଲେ । ଘଟଣା ଦିନ ପ୍ରେମିକ ଓ ପ୍ରେମିକା ଗାଁକୁ ଯିବାକୁ ବାହାରିଥିଲେ । ଏଥିରେ ଉତକ୍ଷିପ୍ତ ହୋଇ ଉଭୟଙ୍କୁ ଟାଙ୍ଗିଆରେ ଆକ୍ରମଣ କରିଥିଲେ । ଏଥିରେ ଯୁବକଙ୍କ ମୃତ୍ୟୁ ହୋଇଥିବା ବେଳେ ଯୁବତୀ ଗୁରୁତର ଆହତ ହୋଇଛନ୍ତି । ତାଙ୍କର ଚିକିତ୍ସା ଜାରି ରହିଛି । ଅଭିଯୁକ୍ତକୁ ଗିରଫ କରାଯାଇଛି । ତାଙ୍କୁ କୋର୍ଟ ଚାଲାଣ କରାଯିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking