17.1 C
Bhubaneswar
Thursday, December 18, 2025
Homeଅପରାଧପ୍ରେମିକକୁ ହତ୍ୟା କଲା ପ୍ରେମିକାର ବାପା

ପ୍ରେମିକକୁ ହତ୍ୟା କଲା ପ୍ରେମିକାର ବାପା

ରାୟଗଡା : ପ୍ରେମିକକୁ ହତ୍ୟା କଲା ପ୍ରେମିକାର ବାପା । ରାୟଗଡ଼ା ଜିଲ୍ଲା କାଶୀପୁରରେ ଘଟିଛି ଏଭଳି ଅଭାବନୀୟ ଘଟଣା । ନୃଶଂସ ବାପାର ଟାଙ୍ଗିଆ ଚୋଟରେ ଝିଅ ଗୁରୁତର ଥିବା ବେଳେ ତାର ପ୍ରେମିକର ମୃତ୍ୟୁ ହୋଇଛି। ଏଭଳି ସ୍ପର୍ଶକାତର ଘଟଣା ଘଟିଛି କାଶୀପୁର ବ୍ଲକ ଆଡାଯୋର ପଞ୍ଚାୟତର ଅଡାଟାକିରି ଗାଁରେ। ସୂଚନା ମୁତାବକ ରାୟଗଡା ଜିଲା କାଶୀପୁର ବ୍ଲକ ଅଡାଟାକିରି ଗାଁର ମଙ୍ଗଳୁ ମାଝୀ ନାମକ ଜଣେ ଯୁବକ ସେହି ଗାଁର ବିଜୟ ମାଝୀଙ୍କ ଝିଅ ଲଳିତା ମାଝୀଙ୍କୁ ପ୍ରେମ କରୁଥିଲେ । ଏହି ପ୍ରେମୀ ଯୁଗଳ ଗତ ଏକ ମାସ ହେଲା ଘରୁ ଫେରାର ଥିଲେ। ତା ପରେ ଗତ ସପ୍ତାହରେ ଦୁହେଁ ଗାଁକୁ ଆସିଥିଲେ। ଝିଅ ଲଳିତା ନିଜ ବାପ ଘରେ ଥିଲା । ମଙ୍ଗଳବାର ସନ୍ଧ୍ୟାରେ ପ୍ରେମିକ ମଙ୍ଗଳୁଙ୍କୁ ଡାକି ତାକୁ ନେଇଯିବା ପାଇଁ କହିଥିଲା ଲଳିତା। ମଙ୍ଗଳୁ ଏକ ବାଇକରେ ଲଳିତାଙ୍କୁ ନେଇ ଯାଉଥିବା ସମୟରେ ଝିଅର ବାପା ବିଜୟ ମାଝୀ ଏକ ଟାଙ୍ଗିଆରେ ପ୍ରେମୀ ଯୁଗଳଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲା। ଫଳରେ ଘଟଣାସ୍ଥଳରେ ମଙ୍ଗଳୁଙ୍କ ମୃତ୍ୟୁ ଘଟିଥିବାବେଳେ ଝିଅ ଲଳିତା ଗୁରୁତର ହୋଇଛି। ଗୁରୁତର ଲଳିତାଙ୍କୁ ପ୍ରଥମେ କାଶୀପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ପରେ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ରାୟଗଡା ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି । ହତ୍ୟାକାରୀ ବିଜୟ ଫେରାର ହୋଇଯାଇଛି । ଏ ସଂପର୍କରେ ଖବର ପାଇ କାଶୀପୁର ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking