26.1 C
Bhubaneswar
Thursday, September 19, 2024
Homeଦେଶ ବିଦେଶଔରସରୁ ନୁହେଁ ବୋଲି ପୁଅକୁ ମାରିଦେଲା ବାପା

ଔରସରୁ ନୁହେଁ ବୋଲି ପୁଅକୁ ମାରିଦେଲା ବାପା

ଭୁବନେଶ୍ୱର: ୫ ବର୍ଷ ତଳେ ମଞ୍ଚେଶ୍ୱର ଥାନା ମୁଣ୍ଡା ସାହିରେ ୫ ବର୍ଷର ଶିଶୁ ହତ୍ୟା ଘଟଣାର ଆସିଛି ରାୟ । ଖୋର୍ଦ୍ଧା ଜିଲ୍ଲା ଦ୍ୱିତୀୟ ଅତିରିକ୍ତ ଜିଲ୍ଲା ଦୌରାଜଜ ଏହି ମାମଲାର ଶୁଣାଣି କରି ଅଭିଯୁକ୍ତ ସାବତ ବାପାକୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ସାବତ ପୁଅ ବୋଲି ସହିପାରୁନଥିଲା ଅଭିଯୁକ୍ତ ଦାଶରଥୀ ଟୁଡୁ । ମା’ ଆଗରେ ନେଇଥିଲା କୁନି ପୁଅର ଜୀବନ । ଆଜି ମାମଲାର ଶୁଣାଣି କରି ଦୋଷୀକୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି କୋର୍ଟ । ଜାଣନ୍ତୁ କଣ ଥିଲା ପୁରା ମାମଲା । ଗତ ୨୦୧୯ ମସିହା ମଞ୍ଚେଶ୍ୱର ଥାନା ମୁଣ୍ଡା ସାହିର ପାଞ୍ଚବର୍ଷର ନିରିହ ଶିଶୁ ସନ୍ତୋଷ ସିଂ ହତ୍ୟା କରିଥିଲା ସାବତ ବାପା ଦାଶରଥୀ ଟୁଡୁ ।

ଆଜି ଅତିରିକ୍ତ ଜିଲ୍ଲା ଦୋରାଜଜ ବନ୍ଦନା କର ୭ ଜଣ ସାକ୍ଷୀ ଓ ୧୭ଟି ଦସ୍ତାବିଜକୁ ଆଧାର କରି ଦୋଷୀକୁ ଆଜୀବନ ସଜ୍ଜା ଶୁଣାଇଛନ୍ତି । ପ୍ରଥମ ସ୍ୱାମୀଙ୍କ ସହ ଝଗଡା ଲାଗି ରହୁଥିବାରୁ ତାଙ୍କ ଠାରୁ ଅଲଗା ହୋଇ ପରେ ଲକ୍ଷ୍ମୀ ଟୁଡୁ ଦାଶରଥିଙ୍କୁ ଦ୍ୱିତୀୟ ବିବାହ କରିଥିଲେ । ସେତେବେଳେ ମୃତ ଶିଶୁ ପୁତ୍ର ସନ୍ତୋଷଙ୍କୁ ୩ ବର୍ଷ ହୋଇଥିଲା । ଲକ୍ଷ୍ମୀଙ୍କ ପ୍ରଥମ ସ୍ୱାମୀର ପୁଅକୁ ଗ୍ରହଣ କରିପାରୁନଥିଲା ଅଭିଯୁକ୍ତ । ବାରମ୍ବାର ସେ ବିରକ୍ତି ହେଉଥିଲା । ଶେଷରେ ରାଗର ବଶବର୍ତ୍ତୀ ହୋଇ ଦାଶରଥୀ ୨୦୧୯ ମସିହ ମାର୍ଚ୍ଚ ୧୧ରେ କୁନି ପୁଅ ସନ୍ତୋଷକୁ ପିଟି ପିଟି ହତ୍ୟା କରିଥିଲା । ହତ୍ୟାକୁ ଲୁଚାଇବା ପାଇଁ ସେ ସନ୍ତୋଷକୁ ହସ୍ପିଟାଲ ନେଇଥିଲା । ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ । ଏନେଇ ପୋଲିସ ପ୍ରଥମେ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ କରିଥିଲା । ହେଲେ ଯେତେବେଳେ ପୋଷ୍ଟମର୍ଟମ ରିପୋର୍ଟ ଆସିଲା ସେତେବେଳେ ଜଣାପଡ଼ିଲା ଏହା ହତ୍ୟା ଘଟଣା । ପରେ ମଞ୍ଚେଶ୍ୱର ଥାନା ପୋଲିସ ଏହାକୁ ହତ୍ୟା ମାମଲା ରୁଜୁ କରି ପରେ ଅଭିଯୁକ୍ତ ସାବତ ବାପାକୁ ହତ୍ୟା ମାମଲାରେ ଗିରଫ କରିଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking