30.1 C
Bhubaneswar
Sunday, July 7, 2024
Homeଦେଶ ବିଦେଶଝିଅ ଜନ୍ମ ହେଲା ବୋଲି ହସ୍ପିଟାଲ୍‌ରୁ ଘରକୁ ଆସିବା ପରେ ମାରିଦେଲା ବାପା

ଝିଅ ଜନ୍ମ ହେଲା ବୋଲି ହସ୍ପିଟାଲ୍‌ରୁ ଘରକୁ ଆସିବା ପରେ ମାରିଦେଲା ବାପା

ନୂଆଦିଲ୍ଲୀ: ଆମ ଦେଶରେ କନ୍ୟା ସନ୍ତାନଙ୍କୁ ପୂଜା କରାଯାଏ । ଝିଅଟିଏ ଜନ୍ମ ହେଲେ ଘରକୁ ଲକ୍ଷ୍ମୀ ଆସିଛନ୍ତି ବୋଲି କୁହାଯାଏ । ଆଗରୁ ଝିଅମାନଙ୍କୁ ବୋଝ ଭାବୁଥିବା ଭାରତୀୟ ପରିବାର ବର୍ତ୍ତମାନ ଯୁଗ ବଦଳିବା ସହ ନିଜ ଚିନ୍ତାଧାରାକୁ ମଧ୍ୟ ବଦଳାଇ ପାରିଛନ୍ତି । ତେବେ ଏବେ ବି ଅନେକ ପରିବାର ଅଛି ଯେଉଁମାନେ ଏପରି ଚିନ୍ତାଧାରାରୁ ମୁକ୍ତି ପାଇନାହାନ୍ତି । ଅଜ୍ଞାନ, ଅଶିକ୍ଷିତ ଭାବେ ବଞ୍ଚୁଛନ୍ତି । ତେବେ ଖୋଦ୍ ରାଜଧାନୀ ଦିଲ୍ଲୀରେ ଏପରି ଘଟଣା ଘଟିଛି ଯେ, ଆପଣଙ୍କ ହୋଶ୍ ଉଡ଼ିଯିବ । ଏକ ଆଶ୍ଚର୍ଯ୍ୟଜନକ ଘଟଣାକ୍ରମରେ ଜଣେ ବ୍ୟକ୍ତି ନିଜର ଯାଆଁଳା ଝିଅଙ୍କୁ ଡାକ୍ତରଖାନାରୁ ଡିସଚାର୍ଜ ହେବା ପରେ ହତ୍ୟା କରି ପୋତି ଦେଇଥିବା ଅଭିଯୋଗ ହୋଇଛି । ପୁଅ ପାଇଁ ଆଶା କରିଥିବା ଏହି ନୃଶଂସ ବାପା ନିଜ ଜନ୍ମ କଲା ଦୁଇ ଝିଅଙ୍କୁ ମାରି ଦେଇଛି । ଏହା ସହ ଝିଅ ଜନ୍ମ ପାଇଁ ପତ୍ନୀଙ୍କୁ ମଧ୍ୟ ହଇରାଣ କରିଥିବା ଖବର ମିଳିଛି । ଘଟଣା ପରେ ଅଭିଯୁକ୍ତ ପିତା ଫେରାର୍ ହୋଇଯାଉଥିବା ବେଳେ ପୋଲିସ ହାତରେ ଧରା ପଡ଼ିଛି ।

ପିତାର ନାମ ନୀରଜ ସୋଲାଙ୍କି । ଅନ୍ୟପଟେ ଏହି ହତ୍ୟାକାଣ୍ଡରେ ସମ୍ପୃକ୍ତ ଅଭିଯୁକ୍ତର ପିତାଙ୍କୁ ମଧ୍ୟ ଗିରଫ କରିନେଇଛି ପୋଲିସ । ସୂଚନା ଅନୁସାରେ, ଗତ ମେ ୩୦ ତାରିଖରେ ପତ୍ନୀ ପୂଜା ଯାଆଁଳା କନ୍ୟା ଦ୍ୱୟଙ୍କୁ ଜନ୍ମ ଦେଇଥିଲେ । ହରିୟାଣାର ରୋହତକଠାରେ ଉଭୟ ଶିଶୁଙ୍କର ଜନ୍ମ ହୋଇଥିଲା । ତେବେ ହସ୍ପିଟାଲରୁ ଡିସଚାର୍ଜ ହେବା ପରେ ତାଙ୍କ ସ୍ୱାମୀ ନୀରଜ ଶିଶୁମାନଙ୍କୁ ତାଙ୍କଠାରୁ ନେଇଯାଇଥିବା ନେଇ ସେ ଅଭିଯୋଗ କରିଥିଲେ । ଜୁନ୍ ୧ ରେ ଯେତେବେଳେ ସେ କାର୍‌ରେ ନିଜ ବାପାଙ୍କ ଘରୁ ବହାରିଥିଲେ , ସେତେବେଳେ ଅନ୍ୟ ଏକ କାର୍‌ରେ ଉଭୟ ଶିଶୁଙ୍କୁ ତାଙ୍କ ସହ ପଠାଯିବ ବୋଲି କୁହାଯାଇଥିଲା । ତେବେ ରାସ୍ତାରେ କାର୍‌ଟି ନିଜର ମାର୍ଗ ବଦଳାଇ ଦେଇଥିଲା । ଏନେଇ ପୂଜାଙ୍କ ଭାଇ ଜୁଗ୍‌ନୁ ନୀରଜଙ୍କ ସହ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ନୀରଜ ଫୋନ୍ ଉଠାଇନଥିଲେ । ଏହି ଅଭିଯୋଗକୁ ଭିତ୍ତି କରି ପୋଲିସ ଦୁଇ ଶିଶୁଙ୍କ ମୃତଦେହକୁ ଶବ ବ୍ୟବଚ୍ଛେଦ ପାଇଁ ପଠାଇଥିଲା । ତେବେ ସେମାନଙ୍କ ମୃତ୍ୟୁର ପ୍ରକୃତ କାରଣ ଏପର୍ଯ୍ୟନ୍ତ ଜଣା ପଡିନାହିଁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking