29.1 C
Bhubaneswar
Monday, February 9, 2026
Homeଦେଶ ବିଦେଶବୋହୂ ବାରମ୍ବାର ବାପଘରକୁ ଯିବାରୁ ଶ୍ୱଶୁରଙ୍କୁ ସନ୍ଦେହ ହେଲା, ପରେ ଜଣାପଡିଲା..

ବୋହୂ ବାରମ୍ବାର ବାପଘରକୁ ଯିବାରୁ ଶ୍ୱଶୁରଙ୍କୁ ସନ୍ଦେହ ହେଲା, ପରେ ଜଣାପଡିଲା..

ବିହାର: କୁହାଯାଏ, ଦୁହିତା ଦୁଇକୂଳକୁ ହିତା। ବାହାଘର ପରେ ଶାଶୂଘର ହିଁ ତା ପାଇଁ ନିଜ ଘର ହୋଇଯାଏ। କିନ୍ତୁ ବିହାରର ପୂର୍ଣ୍ଣିୟାରେ, ଜଣେ ମହିଳା ବିବାହ ପରେ ବାରମ୍ବାର ତାଙ୍କ ବାପଘରକୁ ଯାଇ ମାସ ମାସ ରହୁଥିଲେ। ଯାହାପାଇଁ ତାଙ୍କ ଶଶୁରଙ୍କ ମନରେ ସନ୍ଦେହ ଆସିଥିଲା। ଯେତେବେଳେ ତାଙ୍କ ଶ୍ୱଶୁର, ବାପ ଘରକୁ ଏତେ ଥର ଯିବାର କାରଣ ପଚାରିଲେ, ମହିଳା ଜଣଙ୍କ ତାଙ୍କ କଥାକୁ ଏଡାଇ ଦେଉଥିଲେ। ଥରେ ଶଶୂର ଜାଣିବାକୁ ପାଇଲେ ଯେ, ତାଙ୍କ ବୋହୂର ବାପ ଘରେ ଥିବା ଅନ୍ୟ ପୁରୁଷଙ୍କ ସହ ଅବୈଧ ସମ୍ପର୍କ ରହିଛି। ତା ପରେ ସେ ବୋହୂକୁ ଏହିସବୁ କଥା ପଚାରିବାରୁ ବୋହୁ ରାଗିଯାଇ ଶଶୁରଙ୍କୁ ଗାଳି କରି ସ୍ୱାମୀ ଏବଂ ଶ୍ୱଶୁରଙ୍କ ବିରୁଦ୍ଧରେ ଥାନାରେ ଯୌତୁକ ନିର୍ଯାତନା ଏବଂ ଶାରୀରିକ ନିର୍ଯାତନାର ଅଭିଯୋଗ କରିଛନ୍ତି। ଶ୍ୱଶୁର ଘର ଲୋକ ମଧ୍ୟ କୋର୍ଟର ଆଶ୍ରୟ ନେଇଛନ୍ତି। ସେମାନେ ଅଭିଯୋଗ କରିଛନ୍ତି ଯେ, ସେମାନଙ୍କ ବୋହୂର ଅନ୍ୟ ପୁରୁଷଙ୍କ ସହ ସମ୍ପର୍କ ଅଛି। ଶ୍ୱଶୁରଙ୍କ କହିବା ଅନୁସାରେ, ତାଙ୍କ ପୁଅ ପ୍ରାୟ ୧୦ ବର୍ଷ ପୂର୍ବେ କିଶନଗଞ୍ଜ ଜିଲ୍ଲାର ଏକ ଝିଅ ସହିତ ମୁସଲିମ ରୀତିନୀତି ଅନୁଯାୟୀ ବିବାହ କରିଥିଲେ।

ବିବାହ ପରେ ସ୍ୱାମୀ-ସ୍ତ୍ରୀଙ୍କ ଦୁଇଟି ସନ୍ତାନ ଜନ୍ମ ହୋଇଥିଲା। କିନ୍ତୁ ବାହାଘର ପରେ ବୋହୂର ଆଚରଣ ସନ୍ଦେହଜନକ ହୋଇଯାଇଥିଲା। ବୋହୂ ବାରମ୍ବାର ତାଙ୍କ ବାପଘରକୁ ଯାଉଥିଲେ ଏବଂ ଅନେକ ଥର ସେ ପିଲାମାନଙ୍କୁ ଶାଶୂଘରେ ଛାଡି ଏକା ମଧ୍ୟ ଯାଇଛନ୍ତି। ପରିବାର ଲୋକେ ଯେତେବେଳେ ବୁଝାଇବାକୁ ଚେଷ୍ଟା କଲେ, ସେତେବେଳେ ବୋହୂ ଗାଳିଗୁଲଜ କରିବା ଆରମ୍ଭ କରିଥିଲେ। ଶ୍ୱଶୁରଙ୍କ କହିବା ଅନୁସାରେ, ବୋହୂ ୮ ମାସ ପରେ ବାପ ଘରୁ ଶ୍ୱଶୁର ଘରକୁ ଫେରିଛନ୍ତି। କିନ୍ତୁ ବୋହୂ ତାଙ୍କ ସ୍ୱାମୀ ଏବଂ ଶ୍ୱଶୁର ଘର ଲୋକଙ୍କ ଉପରେ ଯୌତୁକ ନିର୍ଯାତନା ଏବଂ ଶାରୀରିକ ନିର୍ଯାତନାର ଅଭିଯୋଗ କରି ଉଭୟ ପିଲାଙ୍କ ହେପାଜତ ଦାବି କରୁଛନ୍ତି। ପରିବାର ପକ୍ଷରୁ କୁହାଯାଇଛି ଯେ, ବୋହୂର ଚରିତ୍ର ଏବଂ ଆଚରଣ ପିଲାମାନଙ୍କ ପାଇଁ ବିପଦ ସୃଷ୍ଟି କରିପାରେ। ଏହିସବୁ ଘଟଣା ଶୁଣି ପୋଲିସ ତାର ତଦନ୍ତ ଆରମ୍ଭ କରିଦେଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking