ପାରାଦୀପ: ବାଇକ ଉପରେ ମାଡିଗଲା ହାଇୱା । ଘଟଣାସ୍ଥଳରେ ବାପ , ଝିଅଙ୍କ ମୃତ୍ୟୁ ହୋଇଛି । କଟକ ପାରାଦୀପ ରାସ୍ତା କୋଠିଆସାହି ଛକରେ ଦୁର୍ଘଟଣା ଘଟିଛି । ଦୁର୍ଘଟଣା ପରେ ଉତ୍ତେଜନା ଦେଖାଦେଇଛି । ଘଟଣାସ୍ଥଳରେ କୁଜଙ୍ଗ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ପରିବାର ଲୋକଙ୍କ ମନରେ ଶୋକର ଛାୟା ଖେଳିଯାଇଛି ।










