25.1 C
Bhubaneswar
Thursday, February 26, 2026
Homeଓଡିଶାରାସ୍ତା ତାଡ଼ିଲେ ଚାଷୀ

ରାସ୍ତା ତାଡ଼ିଲେ ଚାଷୀ

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ବାଲିଆପାଳ ବ୍ଲକରେ ହଜାର ହଜାର ହେକ୍ଟର ଚାଷଜମି ଥିବା ଷୋଳଶା ପାଣ୍ଠକୁ ଦକ୍ଷିଣ ବାଲିଆପାଳର ଭାତହାଣ୍ଡି କୁହାଯାଏ । ହେଲେ ଏଠାରେ ଚାଷଜମିରୁ ଜଳ ନିଷ୍କାସନ ବ୍ୟବସ୍ଥା ନାହିଁ । ଏଥିପାଇଁ ବାରମ୍ବାର କ୍ଷତିଗ୍ରସ୍ତ ହେଉଛନ୍ତି ଅଞ୍ଚଳର ହଜାର ହଜାର ଚାଷୀ । ଦୀର୍ଘ ବର୍ଷ ଧରି ଏହି ପାଣ୍ଠରୁ ପାଣି ନିସ୍କାସନ ପାଇଁ ଚାଷୀ ମାନେ ଦାବି କରି ଆସୁଛନ୍ତି । ମାତ୍ର ସରକାର ଏଥିପ୍ରତି ଦୃଷ୍ଟି ଦେଉନଥିବାରୁ ଚାଷୀ ମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ସୂଚନା ମୁତାବକ ବାଲେଶ୍ବର ଏକ କୃଷି ପ୍ରଧାନ ଜିଲ୍ଲା ହୋଇଥିବା ବେଳେ ଏଠାକାର ଚାଷୀ ବିଶେଷ କରି ଧାନ ଚାଷ ଉପରେ ନିର୍ଭରଶୀଳ । ବାଲିଆପାଳ ବ୍ଲକରେ ହଜାର ହଜାର ହେକ୍ଟର ଚାଷଜମି ଥିବା ଷୋଳଶା ପାଣ୍ଠକୁ ଦକ୍ଷିଣ ବାଲିଆପାଳର ଭାତହାଣ୍ଡି କୁହାଯାଏ । ହେଲେ ଏଠାରେ ଚାଷଜମିରୁ ଜଳ ନିଷ୍କାସନ ବ୍ୟବସ୍ଥା ନାହିଁ । ଏଥିପାଇଁ ବାରମ୍ବାର କ୍ଷତିଗ୍ରସ୍ତ ହେଉଛନ୍ତି ଅଞ୍ଚଳର ହଜାର ହଜାର ଚାଷୀ । ଦୀର୍ଘ ବର୍ଷ ଧରି ଏହି ପାଣ୍ଠରୁ ପାଣି ନିସ୍କାସନ ପାଇଁ ଚାଷୀ ମାନେ ଦାବି କରି ଆସୁଛନ୍ତି । ମାତ୍ର ସରକାର ଏଥିପ୍ରତି ଦୃଷ୍ଟି ଦେଉନଥିବାରୁ ଚାଷୀ ମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । କିଛି ଦିନ ପରେ ଧାନ ଅମଳ ହେବାକୁ ଥିବା ବେଳେ ଏବେ ବି ଚାଷଜମିରେ ଲହଡି ମାରୁଛି ପାଣି । ସେଥିପାଇଁ ଆଜି ଦକ୍ଷିଣ ବାଲିଆପାଳର ଜଗତିପୁର, ପ୍ରତାପୁର, ଅଳାଡିହା, ବେତଗଡିଆ, ରତାଇ ପଞ୍ଚାୟତର ଶତାଧିକ ଚାଷୀ ଏକତ୍ରିତ ହୋଇ କୋଷ୍ଟ କେନାଲରେ ନିର୍ମାଣଧୀନ ରାସ୍ତାର ମହାବଳା ଠାରୁ ମଧୁପୁରା ମଧ୍ୟରେ ସ୍ଲୁଇସ ଗେଟ୍ ନିର୍ମାଣ ସହ ଚାଷଜମିରୁ ଜଳନିଷ୍କାସନ ଦାବି କରି ଜେସିବି ସାହାଯ୍ୟରେ ରାସ୍ତାକୁ ତାଡ଼ି ଦେଇଛନ୍ତି । ସ୍ଲୁଇସ ଗେଟ୍ ନିର୍ମାଣ ପରେ ରାସ୍ତା ନିର୍ମାଣ ପାଇଁ ଦାବି କରି ନାଲି ପତାକା ମାରି ଜାଗା ଚିହ୍ନଟ କରିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking