19.1 C
Bhubaneswar
Friday, December 26, 2025
Homeଦେଶ ବିଦେଶଜୁନ୍ ୨୯ରୁ ପ୍ରସିଦ୍ଧ ଅମରନାଥ ଯାତ୍ରା ଆରମ୍ଭ

ଜୁନ୍ ୨୯ରୁ ପ୍ରସିଦ୍ଧ ଅମରନାଥ ଯାତ୍ରା ଆରମ୍ଭ

ଶ୍ରୀନଗର : ଜୁନ୍ ୨୯ ତାରିଖରୁ ଜମ୍ମୁ କାଶ୍ମୀରର ପ୍ରସିଦ୍ଧ ଅମରନାଥ ଯାତ୍ରା ଆରମ୍ଭ ହେବ । ୨୨ ଦିନ ଧରି ଆରମ୍ଭ ହେବାକୁ ଥିବା ଏହି ଯାତ୍ରା ଅଗଷ୍ଟ ୧୯ ତାରିଖରେ ଶେଷ ହେବ । ଶ୍ରୀନଗରରୁ ୧୪୧ କିଲୋମିଟର ଦୂରରେ ସମୁଦ୍ର ପତ୍ତନଠାରୁ ୧୨୭୫୬ ଫୁଟ ଉଚ୍ଚରେ ଥିବା ଲାଡାର ଉପତ୍ୟକାରେ ଅମରନାଥ ଗୁମ୍ଫା ଅବସ୍ଥିତ। ଅମରନାଥ ପୀଠରେ ପହଞ୍ଚିବାକୁ ତୀର୍ଥଯାତ୍ରୀମାନେ ଦୁଇଟି ଚଲା ବାଟ ବ୍ୟବହାର କରିଥାନ୍ତି। ୪୮ କିଲୋମିଟରର ପ୍ରଥମ ଚଲାବାଟଟି ଅନନ୍ତନାଗ ଜିଲ୍ଲାର ନୁନୱାନଠାରୁ ଆରମ୍ଭ ହୋଇ ପହେଲଗାଓଁ ଯାଏଁ ରହିଛି। ୧୮ କିଲୋମିଟରର ଦ୍ବିତୀୟ ଚଲାବାଟ ହେଉଛି ଗନ୍ଧରବାଲ ଜିଲ୍ଲାର ବଲଟାଲ ରୁଟ୍। ଏହି ଚଲାବାଟ ଲମ୍ବ ଦୃଷ୍ଟିରୁ କମ୍ ହୋଇଥିବା ବେଳେ ଉଠାଣି ଅତି ଉଚ୍ଚ ଓ ସିଧା ହୋଇଥିବାରୁ ଯାତ୍ରା ଅତି କଷ୍ଟକର ହୋଇଥାଏ। ଯାତ୍ରା ଆରମ୍ଭ ହେବାକୁ ଆଉ ମାତ୍ର ଗୋଟିଏ ଦିନ ଥିବା ବେଳେ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଶ୍ରଦ୍ଧାଳୁଙ୍କ ତୀର୍ଥଯାତ୍ରାକୁ ସୁଗମ କରିବା ପାଇଁ ପଞ୍ଜୀକରଣ, କ୍ୟାମ୍ପିଂ ସୁବିଧା, ଚିକିତ୍ସା ସୁବିଧା, ଟ୍ରାକ୍ ଅପଗ୍ରେଡ୍, ବିଦ୍ୟୁତ, ଜଳ ଯୋଗାଣ ଏବଂ ମୋବାଇଲ ଫୋନ୍ ବ୍ୟବହାର ନେଇ ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯାଇଛି । ସମସ୍ତ ତୀର୍ଥଯାତ୍ରୀଙ୍କୁ ଆରଏଫଆଇଡି କାର୍ଡ ଦିଆଯିବ ବୋଲି ଆଶା କରାଯାଉଛି ଯାହା ଦ୍ବାରା ଯାତ୍ରା ସମୟରେ ସେମାନେ କେଉଁ ସ୍ଥାନରେ ପହଞ୍ଚିଛନ୍ତି ତାହା ଜଣାପଡିବ । ଯାତ୍ରା ପୂର୍ବରୁ ତୀର୍ଥଯାତ୍ରୀଙ୍କ ସୁରକ୍ଷାକୁ ସୁନିଶ୍ଚିତ କରିବା ଏବଂ ସୁରକ୍ଷା ସମ୍ବନ୍ଧରେ ଚିନ୍ତାଧାରାକୁ କମ୍ କରିବା ପାଇଁ ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking