30.1 C
Bhubaneswar
Tuesday, February 10, 2026
Homeଅପରାଧନିଜ ଇଚ୍ଛାରେ ପ୍ରେମ ବିବାହ କରିବାରୁ ଝିଅକୁ ମାରିଦେଲେ ପରିବାର ଲୋକେ

ନିଜ ଇଚ୍ଛାରେ ପ୍ରେମ ବିବାହ କରିବାରୁ ଝିଅକୁ ମାରିଦେଲେ ପରିବାର ଲୋକେ

ରାଜସ୍ଥାନ : ଝିଅ ନିଜ ଇଚ୍ଛାରେ ପ୍ରେମ ବିବାହ କରିବାରୁ ଝିଅକୁ ମାରିଦେଲେ ପରିବାର ଲୋକେ। ରାଜସ୍ଥାନର ଝଲୱାରରେ ଘଟିଛି ଏଭଳି ଅଭାବନୀୟ ଘଟଣା। ଗାଁର ଜଣେ 24 ବର୍ଷୀୟ ଯୁବତୀ ରବି ଭିଲଙ୍କୁ ପ୍ରେମ କରୁଥିଲେ। ପରିବାର ଲୋକ ଉଭୟଙ୍କ ବିବାହକୁ ସମ୍ମତି ନ ଦେବାରୁ ସେ ଘରୁ ପଳାଇ ରବିଙ୍କୁ ବିବାହ କରିଥିଲେ। ଝିଅର ଏହି ନିଷ୍ପତ୍ତିକୁ ଆଦୌ ଗ୍ରହଣ କରି ପାରିନଥିଲେ ପରିବାର ଲୋକ। ଝିଅକୁ ଜୀବନରୁ ମାରି ଦେବାକୁ ସୁଯୋଗ ଖୋଜୁଥିଲେ। ପରିବାର ଲୋକଙ୍କ ଆକ୍ରୋଶରୁ ବର୍ତ୍ତିବା ପାଇଁ ଦମ୍ପତି ଗାଁଠାରୁ କିଛି ଦୂରରେ ରହୁଥିଲେ। ନିକଟରେ ଉଭୟ ଏକ ବ୍ୟାଙ୍କକୁ କୌଣସି କାମରେ ଆସିଥିଲେ। ଏହି ସମୟରେ ସ୍ୱାମୀଙ୍କ ଆଖି ଆଗରେ ମହିଳାଙ୍କୁ ଅପହରଣ କରି ନେଇଥିଲେ ପରିବାର ଲୋକେ। ଏହା ପରେ ତାଙ୍କୁ ହତ୍ୟା କରି ପୋଡ଼ି ଦେଇଥିବା ଅଭିଯୋଗ ହୋଇଛି। ଏନେଇ ରବି ଥାନାରେ ଅଭିଯୋଗ କରିବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ପୁଲିସ ପହଞ୍ଚିବା ବେଳକୁ ଶରୀରର 80 ଭାଗ ପୋଡ଼ି ଯାଇଥିଲା। ସେପଟେ ହତ୍ୟାକାଣ୍ଡ ଭିଆଇଥିବା ବାପଘର ଲୋକ ଫେରାର୍ ହୋଇ ଯାଇଛନ୍ତି। ପୁଲିସ ପୋଡ଼ା ମୃତ ଶରୀରକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking