ବଲାଙ୍ଗୀର: ସାନଭାଇକୁ ମାରି ମାଟି ତଳେ ପୋତିଥିଲା ବଡ ଭାଇ । ଏଭଳି ଲୋମଟାଙ୍କୁରା ଘଟଣା ବଲାଙ୍ଗୀର ଜିଲ୍ଲା ଟିଟିଲାଗଡରେ ଘଟିଛି । ଏଭଳି କାଣ୍ଡ ଘଟାଇ ଟିଟିଲାଗଡ ଥାନାରେ ପୋଲିସ ଆଗରେ ବଡ ଭାଇ ଆତ୍ମ ସମର୍ପଣ କରିଛି । ତେବେ କାହିଁକି , ମାରିଛି , ହତ୍ୟା ପଛର କାରଣ କଣ ଏଯାବତ ଅସ୍ପଷ୍ଟ ରହିଛି । ୭ ଦିନ ତଳୁ ନିଖୋଜ ହାଟପଦା ପଡାର ନାବାଳକଙ୍କ ମୃତଦେହ ଉଦ୍ଧାର କରିଛି ପୋଲିସ । ଉଭୟ ନାବାଳକ । ସାନ ଭାଇର ବୟସ ୧୨ ବର୍ଷ । ବଡ ଭାଇର ବୟସ ୧୭ ବର୍ଷ ବୋଲି ସୂଚନା ମିଳିଛି ।










