ପିପିଲି: ପିପିଲି ବ୍ଲକ ଆରୁହା ସେବା ସମବାୟ ସମିତିର ସମ୍ପାଦକଙ୍କୁ ଦିଆଗଲା ବିଦାୟ କାଳୀନ ସମ୍ବର୍ଦ୍ଧନା। ଜଇଶପାଟଣା ସ୍ଥିତ ମା ଭଗବତୀ ପୀଠରେ ଆୟୋଜନ ହୋଇଥିଲା ଏକ ସଭା କାର୍ଯ୍ୟ। ଅବସର ନେଇଥିବା ସମ୍ପାଦକ ଭ୍ରମରବର ଦାସଙ୍କ ପାଇଁ ଏକାଠି ହୋଇଥିଲେ ଶତାଧିକ ଚାଷୀ ଓ ଚାଷୀନେତା।ଦୀର୍ଘ ତିରିଶ ବର୍ଷ ଚାକିରୀ କାର୍ଯ୍ୟକାଳ ସମୟରେ ସମିତିର ଉନ୍ନତି,ଚାଷୀ ଓ ସଦସ୍ୟମାନଙ୍କ ହିତରେ ଅନେକ ସ୍ମରଣୀୟ ଅବଦାନ ରହିଥିବା କଥା ସଭାରେ ଉପସ୍ଥିତ ଅତିଥିମାନେ ମତ ପ୍ରକାଶ କରିଥିଲେ।ସଭାରେ ସମିତିର କର୍ମକର୍ତ୍ତା, ସଦସ୍ୟ, ଅଞ୍ଚଳର ମାନ୍ୟଗଣ୍ୟ ବ୍ୟକ୍ତି ଓ ଶୁଭେଚ୍ଛୁମାନେ ଉପସ୍ଥିତ ରହି ଶ୍ରୀ ଦାସଙ୍କ ନିଷ୍ଠାପର ସେବାକୁ ଭୁରିଭୁରି ପ୍ରଶଂସା କରିଥିଲେ।ଆରୁହା ସେବା ସମବାୟ ସମିତିର ସଭାପତି ପର୍ଶୁରାମ ମହାପାତ୍ର ଙ୍କ ଅଧ୍ୟୟକ୍ଷତା ରେ ଆୟୋଜିତ ହୋଇଥିଲା ସଭା।










