27.1 C
Bhubaneswar
Friday, December 19, 2025
Homeଦେଶ ବିଦେଶଇନଷ୍ଟାଗ୍ରାମରେ ସ୍ୱାମୀଙ୍କୁ ଛାଡ଼ପତ୍ର ଦେଲେ ଦୁବାଇ ରାଜକୁମାରୀ

ଇନଷ୍ଟାଗ୍ରାମରେ ସ୍ୱାମୀଙ୍କୁ ଛାଡ଼ପତ୍ର ଦେଲେ ଦୁବାଇ ରାଜକୁମାରୀ

ନୂଆଦିଲ୍ଲୀ: ଦୁବାଇର ଶାସକ ଓ ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ)ର ପ୍ରଧାନମନ୍ତ୍ରୀ ମହମ୍ମଦ ବିନ୍ ରାସିଦ ଅଲ୍ ମକତୁମଙ୍କ ଝିଅ ଶେଖା ମାହରା ସୋସିଆଲ୍ ମିଡିଆରେ ତଲାକ୍ ଦେଇଛନ୍ତି । ଦୁଇମାସ ତଳେ ମା’ ହୋଇଥିବା ଶେଖା ମାହରା ଇନଷ୍ଟାଗ୍ରାମରେ ସ୍ୱାମୀ ଶେଖ୍ ମନା ବିନ୍ ମହମ୍ମଦ ବିନ୍ ରାସିଦ ବିନ ମାନା ଅଲ୍ ମକତୁମଙ୍କୁ ତଲାକ ଦେଇଛନ୍ତି । ଆଉ କହିଛନ୍ତି, ‘ପ୍ରିୟ ସ୍ୱାମୀ.. ଯେମିତି କି ଆପଣ ଅନ୍ୟ ଲୋକଙ୍କ ସହିତ ବ୍ୟସ୍ତ ଅଛନ୍ତି, ଏହି ବ୍ୟସ୍ତତା ଭିତରେ ମୁଁ ଆପଣଙ୍କୁ ତଲାକ ଦେଉଛି । ମୁଁ ଆପଣଙ୍କୁ ତଲାକ ଦେଉଛି ।

ମୁଁ ଆପଣଙ୍କୁ ତଲାକ ଦେଉଛି । ନିଜର ଧ୍ୟାନ ରଖିବ । ଆପଣଙ୍କ ପୂର୍ବତନ ପତ୍ନୀ ।’ ମାହରା ଗତବର୍ଷ ମଇ ୨୭ ତାରିଖରେ ଶେଖ ମନା ବିନ ମକତୁମଙ୍କୁ ବିବାହ କରିଥିଲେ । ବିବାହର ୫ମାସ ପରେ ସେ ଅନ୍ତସତ୍ତ୍ୱା ଥିବା ଖବରକୁ ସୋସିଆଲ୍ ମିଡିଆ ଜରିଆରେ ଜଣାଇଥିଲେ । ଏମିତି କି ସେ ତାଙ୍କ ଅଲଟ୍ରାସାଉଣ୍ଡ ସ୍କାନର ଫଟୋ ଇନଷ୍ଟାଗ୍ରାମ ଷ୍ଟୋରିରେ ସେୟାର କରି କହିଥିଲେ, ‘କେବଳ ଆମେ ତିନ ।’ ଏହି କ୍ରମରେ ସ୍ୱାମୀଙ୍କୁ ଛାଡ଼ପତ୍ର ଦେବାପରେ ମାହରା ତାଙ୍କ ଝିଅ ହିନ୍ଦଙ୍କ ସହିତ ଏକ ପୋଷ୍ଟ ସେୟାର କରି କହିଛନ୍ତି, ‘ଏବେ ଆମେ ଦୁଇ’ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking