26.1 C
Bhubaneswar
Tuesday, November 5, 2024
Homeଓଡିଶାଲାଞ୍ଚ ନେଇ ଧରାପଡ଼ିଲେ ଡାକ୍ତର

ଲାଞ୍ଚ ନେଇ ଧରାପଡ଼ିଲେ ଡାକ୍ତର

ଅନୁଗୋଳ : ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା ପାଇଁ ଡାକ୍ତର ଲାଞ୍ଚ ନେଉଥିବା ଅଭିଯୋଗ ହୋଇଛି । ତାଳଚେର ବ୍ଲକ ଭରତପୁର ଅଞ୍ଚଳର ସୁନିଲ ମୁଣ୍ଡାଙ୍କ ପୁଅ ନିରଞ୍ଜନ ମୁଣ୍ଡା ଗତ ୩୧.୧୦.୨୦୨୪ ତାରିଖ ଦିନ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ମଳକଣ୍ଟକ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିଲେ । ମଳକଣ୍ଟକ ଉପଚାର ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଡାକ୍ତର ପ୍ରଦିପ କୁମାର ଧର କହିଥିଲେ । ଏହି ଚିକିତ୍ସା ହେଲେ ଆଠ ହଜାର ଟଙ୍କା ଦେବାକୁ ପଡିବ ବୋଲି ନିରଞ୍ଜନଙ୍କୁ କହିଥିଲେ ।

ନିରଞ୍ଜନ ନିରୁପାୟ ହୋଇ ତାଙ୍କର ସହଯୋଗୀଙ୍କ ଠାରୁ ଧାର କରି ଛଅ ହଜାର ଟଙ୍କା ଡାକ୍ତରଙ୍କ ଫୋନ ପେକୁ ପଠାଇ ଥିଲେ । ନିରଞ୍ଜନ ଟଙ୍କା ପଠେଇ ସାରିବା ପରେ ଡାକ୍ତରଙ୍କୁ ଫୋନ କରି କହିଥିଲେ ଏବଂ ଡାକ୍ତର ମେଡିସିନ ସନ୍ଧ୍ୟାରେ ଲେଖିଦେବି ବୋଲି କହିଛନ୍ତି । ଏ ଘଟଣା ଜଣାପଡିବା ପରେ ଡାକ୍ତର ପ୍ରଦିପ କୁମାର ଧରଙ୍କୁ ଫୋନ୍ ଯୋଗେ ପଚାରିବାରୁ ମୁଁ ରୋଗୀଙ୍କୁ ଟଙ୍କା ମାଗି ନାହିଁ କି ଟଙ୍କା ନେଇ ନାହିଁ ବୋଲି କହିଥିଲେ । ଏ ଘଟଣା ବିଷୟରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଜନ ସ୍ଵାସ୍ଥ୍ୟ ଅଧିକାରୀ ଶିବାନନ୍ଦ ମହାନ୍ତିଙ୍କୁ ପଚାରିବାରୁ ଏ ଘଟଣା ବିଷୟରେ ଜାଣିନାହିଁ ବୋଲି କହିଥିଲେ । ଅଭିଯୋଗ ହେଲେ ମୁଁ ତଦନ୍ତ କରିବି ବୋଲି କହିଛନ୍ତି । ଏବେ କଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି ତାହା ଦେଖିବାକୁ ବାକି ରହିଲା।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking