14.1 C
Bhubaneswar
Thursday, December 11, 2025
Homeଓଡିଶାପହଣ୍ଡି କରୁଥିବା ସମୟରେ ଚାଲିଗଲା ଭକ୍ତଙ୍କ ଜୀବନ

ପହଣ୍ଡି କରୁଥିବା ସମୟରେ ଚାଲିଗଲା ଭକ୍ତଙ୍କ ଜୀବନ

ବୌଦ୍ଧ : ବୌଦ୍ଧ ଜିଲ୍ଲାରେ ଘଟିଛି ଦୁଃଖଦ ଘଟଣା । ମହାପ୍ରଭୁଙ୍କ ପହଣ୍ଡି କରୁଥିବା ସମୟରେ ଚାଲିଯାଇଛି ଭକ୍ତଙ୍କ ଜୀବନ । କିଏ ଜାଣିଥିଲା ଜାଗାକୁ ଦର୍ଶନ କରିବା ତାଙ୍କ ଶେଷ ଦର୍ଶନ ହେବ ବୋଲି । ମହାପ୍ରଭୁଙ୍କ ସମସ୍ତ କାର୍ଯ୍ୟକ୍ରମ ଯୋଗଦାନ କରୁଥିଲେ । ବିଶେଷକରି ରଥଯାତ୍ରା ହେଉ କି ବାହୁଡାଯାତ୍ରା ସେଦିନ ତମାମ ମହାପ୍ରଭୁଙ୍କ ଯାତ୍ରାରେ ସାମିଲ ହୋଇ ମହାପ୍ରଭୁଙ୍କ ସେବା କରୁଥିଲେ । କିନ୍ତୁ ଜୀବନର ଶେଷ ମୁହୂର୍ତ୍ତ ଆସିଗଲେ କିଏବା ଅଟକାଇ ପାରିବ । ମହାପ୍ରଭୁଙ୍କ ସେବା କରୁ କରୁ କେତବେଳେ ସେ ଆରପାରିକୁ ଚାଲିଗଲେ ଜାଣିପାରିଲେ ନାହିଁ । ସୂଚନା ଅନୁଯାୟୀ,ବୌଦ୍ଧ ଜିଲ୍ଲା ପଲସାଗୋରାରେ ବାହୁଡା ଯାତ୍ରା ଅବସରରେ ସମସ୍ତଙ୍କ ଭିତରେ ଥିଲା ଆନନ୍ଦ ଓ ଉତ୍ସାହର ମାହୋଲ । କଣ୍ଟାମାଳ ବ୍ଲକ ଅନ୍ତର୍ଗତ ରୁଣ୍ଡିମହୁଲ ପଂଚାୟତ ବରପଦର ଗାଁର ଜୟନ୍ଦ୍ର ନନ୍ଦ ସବୁ ବର୍ଷ ପରି ଚଳିତ ବର୍ଷ ବି ମହାପ୍ରଭୁଙ୍କ ସେବାରେ ନିୟୋଜିତ ଥିଲେ । ମହାପ୍ରଭୁଙ୍କ ପହଣ୍ଡି କରୁଥିବା ସମୟରେ ସେ ହଠାତ ଅଚେତ ହୋଇ ପଡିଯାଇଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ଡାକ୍ତରଖାନା ନିଆଯାଇଥିଲା । କିନ୍ତୁ ଦୁର୍ଭାଗ୍ୟବଶତଃ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking