25.9 C
Bhubaneswar
Tuesday, April 7, 2026
Homeଦେଶ ବିଦେଶକଷ୍ଟମର ଠାରୁ ଗାଳି ଖାଇ ଜୀବନ ହାରିଲେ ଡେଲିଭରୀ ବୟ

କଷ୍ଟମର ଠାରୁ ଗାଳି ଖାଇ ଜୀବନ ହାରିଲେ ଡେଲିଭରୀ ବୟ

ଚେନ୍ନାଇ : କଷ୍ଟମର ଠାରୁ ଗାଳି ଖାଇ ଜୀବନ ହାରିଲେ ଡେଲିଭରୀ ବୟ । ଏଭଳି ଅଭାବନୀୟ ଘଟଣା ଚେନ୍ନାଇରେ ଘଟିଛି । ଫୁଡ ଡେଲିଭରୀ ବୟ ଭାବେ କାମ କରୁଥିବା ଜଣେ ୧୯ ବର୍ଷୀୟ ଯୁବକ ସାମାନ୍ୟ କଥାରୁ ଆତ୍ମହତ୍ୟା କରିଛନ୍ତି। ଯୁବକ ଜଣଙ୍କ ଜଣେ କଷ୍ଟମରଙ୍କ ଘରକୁ ଖାଦ୍ୟ ଦେବାକୁ ଯାଇଥିଲେ। ବିଳମ୍ବ ହେବାରୁ ମହିଳା କଷ୍ଟମର ଜଣଙ୍କ ତାଙ୍କୁ ଗାଳି ଦେଇଥିଲେ। ଏଥିରେ ମର୍ମାହତ ହୋଇ ଯୁବକ ଜଣଙ୍କ ଜୀବନ ହାରି ଦେଇଛନ୍ତି। ବି.କମ ଛାତ୍ର ହୋଇଥିବା ସତ୍ତ୍ୱେ ପବିତ୍ରନ ଫୁଡ ଡେଲିଭରୀ ବୟ ଭାବେ କାମ କରୁଥିଲେ। ତାଙ୍କ ମୃତଦେହ ସେ ରହୁଥିବା ଘରକୁ ଜବତ ହୋଇଛି। ଏଥିସହ ପୁଲିସ୍‌ ଗୋଟିଏ ସୁଇସାଇଡ ନୋଟ ଜବତ କରିଛି। ଏଥିରେ ସେ ଗ୍ରାହକଙ୍କ ଦୁର୍ବ୍ୟବହାର ଯୋଗୁ ଏପରି ଚରମ ପଦକ୍ଷେପ ନେଇଥିବା କଥା ଉଲ୍ଲେଖ କରିଛନ୍ତି। ପୂରା ଘଟଣା ସେପ୍ଟେମ୍ବର ୧୧ରେ ଘଟିଥିଲା। ସେହିଦିନ ପବିତ୍ରନ କୋରାଟ୍ଟୁର ଅଞ୍ଚଳରେ ଖାଦ୍ୟ ଦେବାକୁ ଯାଇଥିଲେ। ତେବେ ଖାଦ୍ୟ ଅର୍ଡର କରିଥିବା ଲୋକର ଘର ଠାବ କରିବାରେ ସେ ବହୁ ସମସ୍ୟାର ସମ୍ମୁଖୀନ ହୋଇଥିଲେ। ଘର ଖୋଜିବାରେ ବିଳମ୍ବ ହେବାରୁ ସେ ବିଳମ୍ବରେ କଷ୍ଟମରଙ୍କ ଘରେ ପହଞ୍ଚିଥିଲେ। ଏଥିପାଇଁ କଷ୍ଟମର ଜଣଙ୍କ ତାଙ୍କୁ ପ୍ରବଳ ଗାଳି କରିବା ସହ ପରବର୍ତ୍ତୀ ସମୟରେ ସେବା ସମ୍ପର୍କରେ ବିଧିବଦ୍ଧ ଭାବେ ଅଭିଯୋଗ ମଧ୍ୟ ଦାଖଲ କରିଥିଲେ। ଦୁଇ ଦିନ ତଳେ ଉକ୍ତ କଷ୍ଟମର ଓ ପବିତ୍ରନଙ୍କ ମଧ୍ୟରେ ବିବାଦ ଆହୁରି ତୀବ୍ର ହୋଇଥିଲା। ପବିତ୍ରନ ରାଗରେ କଷ୍ଟମରଙ୍କ ଘର ପାଖରେ ପହଞ୍ଚିଥିଲେ ଓ ଟେକା ମାରି ତାଙ୍କ ଝରକାର କାଚ ଭାଙ୍ଗି ଦେଇଥିଲେ। ଏଥିଯୋଗୁ କଷ୍ଟମର ଜଣଙ୍କ ପବିତ୍ରନଙ୍କ ବିରୋଧରେ ପୁଲିସରେ ଅଭିଯୋଗ ଦାଖଲ କରିଥିଲେ। ତେବେ ବୁଧବାର ପବିତ୍ରନଙ୍କୁ ଝୁଲନ୍ତା ଅବସ୍ଥାରେ ତାଙ୍କ ଘର ଭିତରୁ ଉଦ୍ଧାର କରାଯାଇଥିଲା। କୋଲାଥୁର ପୁଲିସ୍‌ ଘଟଣା ସ୍ଥଳରେ ପହଞ୍ଚି ଫ୍ୟାନ ଦ୍ୱାରା ଝୁଲିଥିବା ମୃତଦେହକୁ ବାହାର କରିଥିଲା। ତାଙ୍କ ଘରୁ ମିଳିଥିବା ସୁଇସାଇଡ ନୋଟରେ ପବିତ୍ରନ ଲେଖିଛନ୍ତି ଯେ “ମୋ ମୃତ୍ୟୁର କାରଣ- ଡେଲିଭରୀ ସମୟରେ ମୋତେ ମିଳିଥିବା ଅପମାନ ଯୋଗୁ ମୁଁ ଅବସାଦ ମଧ୍ୟକୁ ଚାଲି ଯାଇଥିଲି। ଏଭଳି ମହିଳା ରହିଥିବା ଯାଏ ଅଧିକରୁ ଅଧିକ ଏଭଳି ମୃତ୍ୟୁ ଘଟିବ।” ପୁଲିସ ଏବେ ଘଟଣାର ଅଧିକ ତଦନ୍ତ କରୁଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking