15.1 C
Bhubaneswar
Thursday, December 18, 2025
Homeଦେଶ ବିଦେଶବାପ-ଝିଅଙ୍କ ଗଳିତ ମୃତଦେହ ଉଦ୍ଧାର

ବାପ-ଝିଅଙ୍କ ଗଳିତ ମୃତଦେହ ଉଦ୍ଧାର

ନୂଆଦିଲ୍ଲୀ: ଚେନ୍ନାଇ ସ୍ଥିତ ଏକ ଘରୁ ଦୁଇଟି ଗଳିତ ଶବ ଉଦ୍ଧାର କରିଛି ତାମିଲନାଡୁ ପୋଲିସ। ଉଦ୍ଧାର କରାଯାଇଥିବା ଦୁଇଟି ଗଳିତ ମୃତଦେହ ଦୁଇ ବାପା, ଝିଅଙ୍କର ହୋଇଥିବା ନେଇ ପୋଲିସ ସୂଚନା ପ୍ରଦାନ କରିଛି। ଗୁରୁବାର ପୋଲିସକୁ ଉକ୍ତ ଘରୁ ଦୁର୍ଗନ୍ଧ ବାହାରୁଥିବା ନେଇ ପଡୋଶୀମାନେ ଅଭିଯୋଗ କରିଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି କବାଟ ଭାଙ୍ଗି ଘରେ ଧସେଇ ପସିବା ପରେ ଦୁଇଟି ଗଳିତ ମୃତଦେହ ଖଟ ଉପରେ ପଡିଥିବା ଦେଖିବାକୁ ପାଇଥିଲା। ପୋଲିସ ମୃତଦେହକୁ ଉଦ୍ଧାରକରି ପୋଷ୍ଟମର୍ଟମ ପାଇଁ ଶବ ଗୁଡିକୁ ନିକଟସ୍ଥ ସରକାରୀ ଡାକ୍ତରଖାନାକୁ ପଠାଇଛି। ତେବେ ଏହା ଆତ୍ମହତାୟ ନା ହତ୍ୟା ତାହା ଜାଣିବା ପାଇଁ ପୋଲିସ ନିଜ ତଦନ୍ତ ଜାରି ରଖିଛି।

ତେବେ ଏହି ଘଟଣାରେ ସମ୍ପୃକ୍ତି ଥିବା ସନ୍ଦେହରେ ପୋଲିସ ଜଣଙ୍କୁ ଅଟକ ରଖି ପଚରାଉଚରା ଜାରି ରଖିଛି। ପୋଲିସ ଏହି ଘଟଣାରେ ଅଟକ ରହିଥିବା ବ୍ୟକ୍ତି ଜଣକ ମୃତ ବାପା ଏବଂ ଝିଅ ସହିତ ଘରେ ରହୁଥିଲା। ତେବେ ଅଭିଯୁକ୍ତ ଜଣଙ୍କ ଝିଅ ସହ ଲିଭ ଇନ ସମ୍ପର୍କରେ ଥିଲା ବୋଲି ପୋଲିସ ସୂଚନା ପ୍ରଦାନ କରିଛି। ପଚରାଉଚରା ସମୟରେ ଅଭିଯୁକ୍ତ ଜଣଙ୍କ ଝଗଡା ସମୟରେ ଠେଲାପେଲାରେ ଝିଅଟି ତଳେ ପଡିଯାଇଥିଲା ବୋଲି ସ୍ୱୀକାର କରିଥିବା ଜଣାପଡ଼ିଛି। ଯେଉଁଥିପାଇଁ ଝିଅଟିର ମୃତ୍ୟୁ ହୋଇପାରିଥାଏ ବୋଲି ପୋଲିସ ଅମୁମାନ କରୁଛି। “ଏକ ଘରୋଇ କଳି ସମୟରେ, ଅଭିଯୁକ୍ତ ଜଣଙ୍କ ଝିଅକୁ ଠେଲି ଦେଇଥିଲେ, ଏବଂ ସେ ପରେ ତଳେ ପଡ଼ି ପ୍ରାଣତ୍ୟାଗ କରିଥିଲେ,” ବୋଲି ପୋଲିସ ପ୍ରକାଶ କରିଛି।

ଝିଅର ମୃତ୍ୟୁ ପରେ, ଅଭିଯୁକ୍ତ ଗିରଫ ଭୟରେ ଘଟଣାସ୍ଥଳରୁ ପଳାଇ ଯାଇଥିବା ଜଣାପଡ଼ିଛି। ଆଶ୍ଚର୍ଯ୍ୟର କଥା ହେଉଛି, ମୃତଦେହ ଗୁଡ଼ିକ ଉଦ୍ଧାର କରାଯିବ ପୂର୍ବରୁ ପ୍ରାୟ ଚାରିରୁ ପାଞ୍ଚ ମାସ ହେବ ଏହି ଆପାର୍ଟମେଣ୍ଟ ଭିତରପଟୁ ବନ୍ଦ ରହିଥିଲା। ତେବେ ଏହି ଘଟଣାରେ ଅଭିଯୁକ୍ତ ଜଣଙ୍କ ବୃଦ୍ଧ ବାପାକୁ ହତ୍ୟା କରିନାହିଁ ବୋଲି ସ୍ୱିକାର କରିଛି। ତେବେ ବୟାସାଧିକ କାରଣରୁ ତାଙ୍କୁ ଅନେକ ରୋଗ ଥିବା ଜଣା ପଡିଛି। ତେବେ ସେ ଏହି ରୋଗ କାରଣରୁ ମୃତ୍ୟୁ ହୋଇଥିବା ନେଇ ପୋଲିସ ସନ୍ଦେହ କରୁଛି। ତେବେ ଏହି ଘଟଣାରେ ବର୍ତ୍ତମାନ ମଧ୍ୟ ଯାଞ୍ଚ ଚାଲୁଥିବାରୁ ପୋଷ୍ଟମର୍ଟମ ରିପୋର୍ଟ ନଆସିବାଯାଏ କିଛି କହିହେବ ନାହିଁ ବୋଲି ପୋଲିସ ପ୍ରକାଶ କରିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking