14.1 C
Bhubaneswar
Friday, December 19, 2025
Homeଓଡିଶାରାଜଧାନୀ ରାସ୍ତାରୁ ଯୁବକଙ୍କ ମୃତ ଦେହ ଉଦ୍ଧାର

ରାଜଧାନୀ ରାସ୍ତାରୁ ଯୁବକଙ୍କ ମୃତ ଦେହ ଉଦ୍ଧାର

ଭୁବନେଶ୍ୱର : ରାଜଧାନୀ ରାସ୍ତାରେ ପଡି ରହିଛି ଯୁବକଙ୍କ ମୃତ ଦେହ। ଏଭଳି ଏକ ଘଟଣା ରାଜଧାନୀର ଭୁବନେଶ୍ୱରର ଲିଙ୍ଗରାଜ ଷ୍ଟେସନ ରୋଡ଼ରେ ଦେଖିବାକୁ ମିଳିଛି । ମୃତ ଯୁବକ ଜଣଙ୍କ ହେଲେ ୟୁନିଟ ୮ ଅଂଚଳର ନବ ନାୟକ। ସୂଚନା ଅନୁସାରେ, ଆଜି ସକାଳେ ଲିଙ୍ଗରାଜ ଷ୍ଟେସନ ରୋଡ଼ ନିକଟରେ ଜଣେ ଯୁବକଙ୍କ ମୃତଦେହ ପଡ଼ିଥିବା ସ୍ଥାନୀୟ ଲୋକେ ଦେଖିଥିଲେ। ଯୁବକଙ୍କ ବେକରେ ରଶି ଲାଗିଥିବା ଦେଖିବାକୁ ମିଳିଥିଲା। ଏନେଇ ସ୍ଥାନୀୟ ଲୋକେ ପୁଲିସକୁ ଖବର ଦେଇଥିଲେ। ପୁଲିସ ପହଞ୍ଚି ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସପିଟାଲକୁ ପଠାଇଛି। ତେବେ ଯୁବକ ଜଣଙ୍କ ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ ହତ୍ୟା କରାଯାଇଛି ତାହା ଜଣାପଡ଼ି ନାହିଁ। ପୁଲିସ ଏହି ଘଟଣାର ଅଧିକ ତଦନ୍ତ କରୁଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking