ନୂଆଦିଲ୍ଲୀ : ଗୁଜୁରାଟର ବନାସ୍କାନ୍ତର ପଲାନପୁର ସହରରେ ଜଣେ ମହିଳା ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ମୃତକ ହେଉଛନ୍ତି ରାଧା ଠାକୁର । ରାଧା ୬ ବର୍ଷ ପୂଜ୍ମେ ବିବାହ କରିଥିଲେ । ସେ ଆତ୍ମହତ୍ୟା କରିବା ପୂର୍ୱରୁ ୨ ଟି ଭଡିଓ କରିଥିଲେ । ପ୍ରଥମ ଭିଡିଓଟି ଥିଲା ୫ ସେକେଣ୍ଡର ଏବଂ ଦ୍ୱିତୀୟଟି ଥିଲା ୧୧୪ ସେକେଣ୍ଡର । ସେହି ଭିଡିେଓାରେ ସେ ଜଣେ ବ୍ୟକ୍ତିଙ୍କୁ କ୍ଷମା ମାଗୁଥିବାର ଜଣାପଡୁଛି । ସୂଚନା ଅନୁସାରେ ରାଧା ବିବାହ ପରେ ତାଙ୍କ ସ୍ୱାମୀ ପାଖରେ ରହୁନଥିଲେ । ତାଙ୍କ ଭଉଣୀ ସହ ରହୁଥିଲେ । ରାଧା ଏବଂ ତାଙ୍କ ଭଉଣୀ ବିୟୁଟି ପାର୍ଲର କରିଛନ୍ତି । ରାଧାଙ୍କ ଭଉଣୀ କହିବା ଅନୁସାରେ ରାଧା ୧୫ ତାରିଖରେ ନିଜ ଘରକୁ ଯାଇଥିଲେ । ୧୬ ତାରିଖରେ ଘର ଲୋକ ରାଧାଙ୍କୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରିଥିଲେ । ଏହି ଘଟଣା ସଂପର୍କରେ ସୂଚନା ପାଇ ପଲିସ ପହଞ୍ଚି ମୃତଦେହକୁ ଜବତ କରିଛି । ଏବଂ ବ୍ୟବଛେଦ ପାଇଁ ପଠାଯାଇଛି ।