27.1 C
Bhubaneswar
Saturday, July 6, 2024
Homeଓଡିଶାପୋଲ ତଳୁ ବୃଦ୍ଧଙ୍କ ମୃତଦେହ ଉଦ୍ଧାର

ପୋଲ ତଳୁ ବୃଦ୍ଧଙ୍କ ମୃତଦେହ ଉଦ୍ଧାର

ରାଉରକେଲା : ଜାତୀୟ ରାଜପଥ ନଂ ୧୪୩ର ତରକେରା ପୋଲ ତଳୁ ଗୁରୁବାର ପୂର୍ବାହ୍ନ ପ୍ରାୟ ୯ ଟା ସମୟରେ ଜଣେ ବୃଦ୍ଧଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତକ ହେଲେ ରାଉରକେଲା ଡିଲକ୍ସ ଗଳିର ପୱନ ଅଗ୍ରୱାଲ (୭୫)। ଗତକାଲି ସେ ଘରୁ ନିଖୋଜ ଥିଲେ। ପରିବାର ଲୋକ ଏ ନେଇ ପ୍ଲାଣ୍ଟସାଇଟ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଗୁରୁବାର ସକାଳେ ପୋଲ ତଳେ ଶବ ଭାସୁଥିବା ଦେଖି ଲୋକେ ରଘୁନାଟପାଲି ଥାନାକୁ ସୂଚନା ଦେଇଥିଲେ। ପୁଲିସ୍ ଓ ଅଗ୍ନିଶମ କର୍ମଚାରୀ ପହଞ୍ଚି ଶବ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ରାଉରକେଲା ସରକାରୀ ଡାକ୍ତରଖାନାକୁ ପଠାଇଛନ୍ତି। ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି। ପୁଲିସ୍ ପକ୍ଷରୁ ତଦନ୍ତ ଜାରି ରହିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking