25.1 C
Bhubaneswar
Thursday, February 12, 2026
Homeଅପରାଧବୁଦାମୂଳରୁ ମିଳିଲା ଅଜଣା ଯୁବକଙ୍କ ମୃତଦେହ

ବୁଦାମୂଳରୁ ମିଳିଲା ଅଜଣା ଯୁବକଙ୍କ ମୃତଦେହ

ବୌଦ୍ଧ: ବୌଦ୍ଧ ଜିଲା ପୁରୁଣା କଟକ ଥାନା ମଣିପୁର ନର୍ସରୀ ନିକଟରୁ ସୋମବାର ଜଣେ ଯୁବକଙ୍କ ମୃତଦେହ ଠାବ ହୋଇଛି। ସୂଚନା ଅନୁଯାୟୀ, ବୌଦ୍ଧ ଜିଲା ପୁରୁଣାକଟକ ଥାନା ମଣିପୁର ନର୍ସରୀର ଏକ ବୁଦାମୂଳରେ ଅଜଣା ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଥିଲା। ସ୍ଥାନୀୟ କିଛି ଲୋକ ଛତୁ ଖୋଜିବାକୁ ଯାଇଥିବା ବେଳେ ଦୁର୍ଗନ୍ଧ ହେବାରୁ ପାଖକୁ ଯାଇ ମୃତଦେହ ଦେଖିବାକୁ ପାଇଥିଲେ। ତେବେ କୌଣସି ଏକ ଧାରୁଆ ଅସ୍ତ୍ରରେ ଯୁବକଙ୍କ ପେଟ କାଟି ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି । ପାଖରେ ମଦ ବୋତଲ ପଡ଼ିଥିବା ସହ ହତ୍ୟା ପରେ ବୁଦାମୂଳରେ ମୃତଦେହ ଫିଙ୍ଗା ଯାଇଥିବା ମଧ୍ୟ ଅନୁମାନ କରାଯାଉଛି। ମୃତକଙ୍କ ପରିଚୟ ଜଣାପଡ଼ି ନ ଥିବାବେଳେ ୨-୩ ଦିନ ହେବ ହତ୍ୟାକାଣ୍ଡ ହୋଇଥିବା ସନ୍ଦେହ କରାଯାଉଛି। ଖବର ଲେଖାହେବା ସୁଦ୍ଧା ପୋଲିସ ଘଟଣାସ୍ଥଳରେ ପହଞ୍ଚିନାହିଁ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking