25.1 C
Bhubaneswar
Saturday, December 6, 2025
Homeଓଡିଶାଦୋଷୀଙ୍କୁ ପାତାଳରୁ ଖୋଜି ଦିଆଯିବ ଦଣ୍ଡ: ମନ୍ତ୍ରୀ

ଦୋଷୀଙ୍କୁ ପାତାଳରୁ ଖୋଜି ଦିଆଯିବ ଦଣ୍ଡ: ମନ୍ତ୍ରୀ

ଯାଜପୁର: ବ୍ୟାସନଗରରେ ଓଆରଏସ୍‌ଙ୍କୁ ଦୁର୍ବ୍ୟବହାର ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି ରାଜସ୍ବ ମନ୍ତ୍ରୀ । କହିଛନ୍ତି, ଯେଉଁମାନେ ଓଆରଏସ୍‌ଙ୍କୁ ମାଡ଼ ମାରିଛନ୍ତି, ସେମାନଙ୍କୁ ପାତାଳରୁ ବାହାର କରି ଦଣ୍ଡ ଦିଆଯିବ । ଜିଲ୍ଲାପାଳଙ୍କୁ ଏନେଇ ନିର୍ଦ୍ଦେଶ ଦିଆଯାଇଛି । ସରକାରୀ ଅଧିକାରୀଙ୍କୁ ମାଡ଼ ମାରିବା , ବ୍ୟବସ୍ଥା ଉପରେ ଆକ୍ରମଣ ସହ ସମାନ । ସରକାରୀ ଅଧିକାରୀଙ୍କ ଉପରେ ହାତ ଉଠାଇବାର ଅଧିକାର କାହାର ନାହିଁ । ତୁରନ୍ତ ମାଡ଼ ମାରିଥିବା ବ୍ୟକ୍ତିଙ୍କ ବିରୋଧରେ ଏଫଆଇଆର୍ ଦିଆଯାଉ । ସେ ଆହୁରି ମଧ୍ୟ କହିଛନ୍ତି , ସରକାରୀ ଅଧିକାରୀ ନିକଟସ୍ଥ ପୁଲିସ ଥାନାକୁ ଯାଆନ୍ତୁ । ଏପରିକି ସରକାରୀ ଅଧିକାରୀ ଚାହିଁଲେ, ବ୍ୟକ୍ତିଗତ ଭାବେ ମୋତେ ଏଫଆଇଆର୍ କପି ଦେଇପାରିବ ବୋଲି କହିଛନ୍ତି ରାଜସ୍ବ ମନ୍ତ୍ରୀ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking