22.1 C
Bhubaneswar
Wednesday, January 21, 2026
Homeଦେଶ ବିଦେଶପୂଜା ଖେଡକରଙ୍କ ଆଗୁଆ ଜାମିନ ଆବେଦନ ଖାରଜ କଲେ କୋର୍ଟ

ପୂଜା ଖେଡକରଙ୍କ ଆଗୁଆ ଜାମିନ ଆବେଦନ ଖାରଜ କଲେ କୋର୍ଟ

ନୂଆଦିଲ୍ଲୀ : ମହାରାଷ୍ଟ୍ରର ପୂର୍ବତନ ଟ୍ରେନି ଆଇଏଏସ ପୂଜା ଖେଡକରଙ୍କୁ କୋର୍ଟରୁ ଏକ ବଡ଼ ଝଟକା । ଦିଲ୍ଲୀର ପଟିଆଲା ହାଉସ କୋର୍ଟ ତାଙ୍କୁ ଜାମିନ ଆବେଦନକୁ ଖାରଜ କରିଦେଇଛନ୍ତି । ଦିଲ୍ଲୀ ପୋଲିସର କ୍ରାଇମ ବ୍ରାଞ୍ଚ ତାଙ୍କ ବିରୋଧରେ ଏଫଆଇଆର ରୁଜୁ କରିଥିଲା। କୋର୍ଟରେ ପୂଜାଙ୍କ ଅନୁଉପସ୍ଥିତି ଉପରେ କୋର୍ଟ ପ୍ରଶ୍ନ ଉଠାଇଥିଲେ। ସେ ଅନୁପସ୍ଥିତ ଥିବାରୁ କୋର୍ଟ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। କୋର୍ଟ କହିଛନ୍ତି ଯେ ଯଦି ଅଭିଯୁକ୍ତ ପୁରା ସେସନରେ ଥରେ ଉପସ୍ଥିତ ରହିବା ସର୍ବଦା ଉପସ୍ଥିତ ବିବେଚନା କରାଯିବ ନାହିଁ। ଶୁଣାଣି ସମୟରେ ପୂଜା ଖେଡକର କହିଥିଲେ ଯେ, ଜଣେ ଅଧିକାରୀଙ୍କ ବିରୋଧରେ ଯୌନ ଉତ୍ପୀଡ଼ନ ଅଭିଯୋଗ ଆଣିବା ପାଇଁ ତାଙ୍କୁ ଟାର୍ଗେଟ କରାଯାଇଛି। ଏଥିପାଇଁ ସେ ଆଗୁଆ ବେଲ୍ ଅର୍ଡର ଚାହୁଁଛନ୍ତି। କିନ୍ତୁ ଅଦାଲତ ତାଙ୍କୁ ଜାମିନ ଅର୍ଡର ନ ଦେବା ସହ ସେ ବାରମ୍ବାର ବ୍ୟବସ୍ଥା (ୟୁପିଏସସି)କୁ ଠକି ଆସିଛନ୍ତି ବୋଲି କୋର୍ଟ କହିଛନ୍ତି। ଦିଲ୍ଲୀର ଏକ କୋର୍ଟରେ ଏହି ଶୁଣାଣି କରାଯାଇଛି। ପ୍ରକାଶ ଥାଉକି, କ୍ଷମତାର ଅପବ୍ୟବହାର ଅଭିଯୋଗରେ ପୂଜା ଖେଡକରଙ୍କୁ ପ୍ରଥମେ ବଦଳି କରା ଯାଇଥିଲା। ଏହା ପରେ ତାଙ୍କ ବିରୁଦ୍ଧରେ ସଙ୍ଗୀନ ଅଭିଯୋଗ ଆସିଥିଲା। ସେ ଆଇଏଏସ ହେବା ପାଇଁ ଜାଲ୍ ଓବିସି ଓ ଦିବ୍ୟାଙ୍ଗ ସାର୍ଟିଫିକେଟ ଦାଖଲ କରିଥିବା ଜଣାପଡ଼ିଥିଲା। ଯାଞ୍ଚ ପରେ ଗତକାଲି ପୂଜାଙ୍କ ଆଇଏଏସ ପ୍ରାର୍ଥୀତ୍ୱକୁ ବାତିଲ କରି ଦେଇଛି ୟୁପିଏସସି। ଏଥିସହ ତାଙ୍କୁ ଆଗାମୀ ଭବିଷ୍ୟତରେ କମିଶନର ସମସ୍ତ ପ୍ରକାରର ପରୀକ୍ଷା ଓ ଚୟନପ୍ରକ୍ରିୟାରୁ ବ୍ୟାନ କରାଯାଉଛି। ଏହାର ଅର୍ଥ ସେ କମିଶନର କୌଣସି ପ୍ରକାରରର କାର୍ଯ୍ୟକ୍ରମରେ ଭାଗ ନେଇପାରିବେନି କି ସେ ଆଉ ଆଇଏଏସ ମଧ୍ୟ ନୁହଁନ୍ତି।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking