20.1 C
Bhubaneswar
Wednesday, January 15, 2025
Homeଦେଶ ବିଦେଶପୋଲିଓ ଟିକାକରଣ ଅଭିଯାନକୁ ବନ୍ଦ କରି ଦେଲା ଏହି ଦେଶ

ପୋଲିଓ ଟିକାକରଣ ଅଭିଯାନକୁ ବନ୍ଦ କରି ଦେଲା ଏହି ଦେଶ

ଆଫଗାନିସ୍ତାନ : ବନ୍ଧୁକ ମୁନରେ ଆଫଗାନିସ୍ତାନକୁ ଦଖଲ କରିଥିବା ତାଲିବାନର ଆଉ ଏକ ଭୟଙ୍କର ରୂପ ସାମ୍ନାକୁ ଆସିଛି । ଆଫଗାନିସ୍ତାନରେ ପିଲାମାନଙ୍କୁ ଦିଆଯାଉଥିବା ପୋଲିଓ ବିରୋଧୀ ଟିକା କାର୍ଯ୍ୟକ୍ରମକୁ ତାଲିବାନ ବନ୍ଦ କରିଦେଇଛି । ପୋଲିଓ ଭୂତାଣୁ ବ୍ୟାପିଥିବା ୨ଟି ଦେଶ ହେଉଛନ୍ତି ଆଫଗାନିସ୍ତାନ ଓ ପାକିସ୍ତାନ । ଏଠାରେ ପ୍ରତିବର୍ଷ ସର୍ବାଧିକ ପିଲା ପୋଲିଓ ଯୋଗୁ ପାରାଲିସିସ ଭଳି ସମସ୍ୟାରେ ପଡ଼ୁଛନ୍ତି । ତଥାପି ଆଫଗାନିସ୍ତାନରେ ଟିକାକରଣ ଅଭିଯାନକୁ ତାଲିବାନ ବାତିଲ କରିଦେବା ସମସ୍ତଙ୍କୁ ଚକିତ କରିଛି । ତାଲିବାନ ପକ୍ଷରୁ ପୋଲିଓ ଟିକାକରଣ ଅଭିଯାନକୁ ବାତିଲ କରାଯାଇଥିବା ଆଜି ମିଳିତ ଜାତିସଂଘ ପକ୍ଷରୁ ସୂଚନା ଦିଆଯାଇଛି ।

ମିଳିତ ଜାତିସଂଘ ପକ୍ଷରୁ ଆଫଗାନିସ୍ତାନରେ ପୋଲିଓ ବିରୋଧୀ ଟିକାକରଣ ଆରମ୍ଭ ହେବାର ଥିଲା । ସେପ୍ଟେମ୍ବର ମାସର ମଧ୍ୟ ଭାଗରୁ ଏହା ଆରମ୍ଭ ହେବାକୁ ଥିବା ବେଳେ ହଠାତ୍ ତାଲିବାନ ଏହାକୁ ବାତିଲ କରି ଦେଇଛି । ବାତିଲର କାରଣ ସମ୍ପର୍କରେ କିଛି ବି କୁହାଯାଇ ନାହିଁ । ସେହିପରି ଆଫଗାନରେ ଶାସନ କରୁଥିବା ତାଲିବାନ ସରକାର ମଧ୍ୟ ଏହା ଉପରେ କୌଣସି ପ୍ରକାରର ପ୍ରତିକ୍ରିୟା ଦେଇ ନାହାନ୍ତି । ପୋଲିଓ ବିରୋଧୀ ଅଭିଯାନ ବେଳେ ପଡ଼ୋଶୀ ପାକିସ୍ତାନରେ ହିଂସା ସୃଷ୍ଟି ହେବାର ନଜିର ରହିଛି । ବିଭିନ୍ନ ଆତଙ୍କବାଦୀମାନେ ଟିକାକରଣ କାର୍ଯ୍ୟକ୍ରମରେ ସାମିଲ ଥିବା ଅଧିକାରୀଙ୍କୁ ଟାର୍ଗେଟ କରନ୍ତି । ସେହିପରି ଏହି ଟିମକୁ ସୁରକ୍ଷା ଦେଉଥିବା ପୁଲିସ ମଧ୍ୟ ଆତଙ୍କୀଙ୍କ ଆକ୍ରମଣର ଶିକାର ହୋଇଥାଏ । ଆତଙ୍କବାଦୀଙ୍କ କହିବା କଥା ଯେ ଏଠାକାର ପିଲାଙ୍କ ବନ୍ଧ୍ୟାକରଣ କରିବା ପାଇଁ ଏହା ପଶ୍ଚିମ ଦେଶର ଏକ ଷଡ଼ଯନ୍ତ୍ର । ଏବେ ପାକିସ୍ତାନ ଭଳି ଆଫଗାନିସ୍ତାନରେ ମଧ୍ୟ ସମାନ କଥା ପ୍ରଚାର ହେବାରେ ଲାଗିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking