25.1 C
Bhubaneswar
Saturday, December 20, 2025
Homeଅପରାଧକର୍ପୋରେଟରଙ୍କୁ ଗୁଳି କରି ହତ୍ୟା

କର୍ପୋରେଟରଙ୍କୁ ଗୁଳି କରି ହତ୍ୟା

ପୁଣେ : କର୍ପୋରେଟରଙ୍କୁ ଗୁଳି କରି ହତ୍ୟା । ମହାରାଷ୍ଟ୍ରର ପୁଣେରେ ଘଟିଛି ଏଭଳି ନିର୍ମମ ହତ୍ୟା । ପୁଣେର ପୂର୍ବତନ ଏନସିପି କର୍ପୋରେଟର ବନରାଜ ଆଣ୍ଡଡେକରଙ୍କୁ ଗୁଳି କରି ହତ୍ୟା କରାଯାଇଛି। ପୂର୍ବତନ କାଉନସିଲରଙ୍କ ଉପରକୁ ୫ଟି ଗୁଳି ମାଡ଼ ହୋଇଥିଲା। ଗୁଳିକାଣ୍ଡ ପରେ ବନରାଜ ଆଣ୍ଡଡେକରଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା, ଯେଉଁଠାରେ ତାଙ୍କର ମୃତ୍ୟୁ ଘଟିଥିଲା। ପାରିବାରିକ କଳହ କାରଣରୁ ରାତି ପ୍ରାୟ ସାଢ଼େ ୮ଟାବେଳେ ନାନା ପେଠର ଡୋକେ ତାଲିମ ସମ୍ମୁଖରେ ବନରାଜ ଆଣ୍ଡେକରଙ୍କୁ ଗୁଳି କରାଯାଇଥିଲା। ପୁଣେ ଯୁଗ୍ମ ପୁଲିସ କମିଶନର ରଞ୍ଜନ କୁମାର ଶର୍ମା କହିଛନ୍ତି, ରବିବାର ରାତି ପ୍ରାୟ ସାଢ଼େ ୯ଟା ବେଳେ ବନରାଜ ଆନ୍ଦେକର (ଅଜିତ ପାୱାରଙ୍କ ଏନସିପି ଗୋଷ୍ଠୀର ପୂର୍ବତନ କାଉନସିଲର) ତାଙ୍କ ସମ୍ପର୍କୀୟ ଭାଇଙ୍କ ସହ ଇମାଣ୍ଡର ଛକରେ ଠିଆ ହୋଇଥିଲେ। କିଛି ଲୋକ ଆସି ସେମାନଙ୍କୁ ଆକ୍ରମଣ କରିଥିଲେ। ପ୍ରାଥମିକ ସୂଚନା ଅନୁଯାୟୀ, ଏହି ଆକ୍ରମଣ ସମୟରେ ୫ ରାଉଣ୍ଡ ଗୁଳି ଚାଳନା କରାଯାଇଥିଲା ଏବଂ ସେମାନଙ୍କ ଉପରେ ଧାରୁଆ ଅସ୍ତ୍ର (ଛୁରୀ) ମଧ୍ୟ ଆକ୍ରମଣ କରାଯାଇଥିଲା। ଯୁଗ୍ମ ପୁଲିସ କମିଶନର ଆହୁରି କହିଛନ୍ତି ଯେ ଆମ କ୍ରାଇମବ୍ରାଞ୍ଚ ଏବଂ ଅନ୍ୟ ଜୋନର ଟିମ୍ ଏହି କାର୍ଯ୍ୟରେ ନିୟୋଜିତ ଅଛନ୍ତି। ସେମାନେ ଅଭିଯୁକ୍ତଙ୍କୁ ଖୋଜି ବାହାର କରି ଗିରଫ କରିବାରେ ଲାଗିଛନ୍ତି। ଅଭିଯୁକ୍ତମାନେ କିଏ ଓ କାହିଁକି ସେମାନଙ୍କୁ ଆକ୍ରମଣ କରିଥିଲେ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking