29.1 C
Bhubaneswar
Friday, October 4, 2024
Homeଅପରାଧକନଷ୍ଟେବଲଙ୍କ ପାପୁଲି ଛିଣ୍ଡାଇଦେଲା ଦୁର୍ବୃତ୍ତ

କନଷ୍ଟେବଲଙ୍କ ପାପୁଲି ଛିଣ୍ଡାଇଦେଲା ଦୁର୍ବୃତ୍ତ

ସମ୍ବଲପୁର :  କନଷ୍ଟେବଲଙ୍କୁ ହାଣିଲେ । କେବଳ ସେତକ ନୁହେଁ ହାଣି ପାପୁଲି ଛିଣ୍ଡାଦେଲେ । ସମ୍ବଲପୁର ବୁର୍ଲା ଥାନା ଝରାପାଲି ଗ୍ରାମରେ ଏହି ଅଭାବନୀୟ ଘଟଣା ଘଟିଛି । ଝରାପାଲି ଗ୍ରାମରେ ଦୁର୍ବୃତ୍ତ ପୁଲିସ ଉପରେ ଅତର୍କିତ ଆକ୍ରମଣ କରିଛନ୍ତି । ଏକ ଗଣ୍ଡଗୋଳ ଘଟଣାର ତଦନ୍ତ ପାଇଁ ଯାଇଥିବାବେଳେ ପୁଲିସ ଉପରେ ଆକ୍ରମଣ ହୋଇଛି । ଏହି ଅବସରରେ କନଷ୍ଟେବଳ ସରୋଜ ଭୋଇ ଗୁରୁତର ଆହତ ହୋଇ ବୁର୍ଲା ମେଡିକାଲରେ ଭର୍ତ୍ତି ହୋଇଛନ୍ତି ।
ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ଏହା ପୂର୍ବରୁ ଖୋଦ ରାଜଧାନୀ ଭୁବନେଶ୍ୱରରେ  ତଦନ୍ତ ପାଇଁ ଯାଇଥିବା ଜଣେ ପିସିଆର କର୍ମଚାରୀଙ୍କୁ ଛୁରାମାଡ଼ କରାଯାଇଥିଲା । ମଞ୍ଚେଶ୍ୱର ଥାନା ଚକେଇସିଆଣିସ୍ଥିତ ଶ୍ରୀରାମନଗରରେ ଏହି କାଣ୍ଡ ଘଟିଥିଲା । ଗାଡ଼ି ହର୍ଣ୍ଣମରାକୁ ନେଇ ଏକ ଗଣ୍ଡଗୋଳ ଘଟିଥିଲା । ଏନେଇ ଖବର ପାଇ ପିସିଆର କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚିଥିଲେ । ତେବେ ପୁଲିସ ପହଞ୍ଚିବା କ୍ଷଣି ଦୁର୍ବୃତ୍ତଜଣକ ପୁଲିସକୁ ଛୁରାମାଡ଼ କରିଥିଲା । ଛୁରାମାଡ଼ରେ ଜଣେ ପୁଲିସ କନଷ୍ଟେବଳ ଆହତ ହୋଇଥିବା ଜଣାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking