ଭୁବନେଶ୍ୱର: ମରୁ ମରୁ ଯାତ୍ରୀଙ୍କୁ ବଞ୍ଚାଇଦେଲେ କନେଷ୍ଟବଳ । ଉପସ୍ଥିତି ବୁଦ୍ଧି ଲଗାଇ ଯାତ୍ରୀଙ୍କ ଜୀବନ ବଞ୍ଚାଇଛନ୍ତି କନେଷ୍ଟବଳ । କନଷ୍ଟେବଳ ଟୁଲୁ ବେହେରା କଟକ ରେଳ ଷ୍ଟେସନରେ ଅସାଧାରଣ ସାହସିକତା ଦେଖାଇ ପଶ୍ଚିମବଙ୍ଗର ଉତ୍ତର ଦିନାଜପୁରର ମିର୍ଜାପୁରର ୪୪ ବର୍ଷୀୟ ଯାତ୍ରୀ ମହମ୍ମଦ ମୁଜାହିରଙ୍କ ଜୀବନ ରକ୍ଷା କରିଛନ୍ତି । ଯେତେବେଳେ ମହମ୍ମଦ ମୁଜାହିର କିଶନଗଞ୍ଜ ଟ୍ରେନ୍ (କନ୍ୟାକୁମାରୀ-ଡିବ୍ରୁଗଡ଼ ଏକ୍ସପ୍ରେସ୍)ରେ ଚଢ଼ିବାକୁ ଚେଷ୍ଟା କରୁଥିଲେ, ସେତେବେଳେ ସେ ଟ୍ରେନ୍ ପାହାଚରୁ ଖସି ପଡ଼ିଥିଲେ ଏବଂ ପ୍ଲାଟଫର୍ମ କଡ଼ , ଟ୍ରେନ୍ ଚକ ମଧ୍ୟରେ ବିପଦଜନକ ଭାବରେ ଚାପି ହୋଇଯାଇଥିଲେ । ସେହି ମୁହୂର୍ତ୍ତରେ, କନଷ୍ଟେବଳ ବେହେରା ସାହସ ଦେଖାଇ ତାଙ୍କ ଜୀବନ ରକ୍ଷା କରିଥିଲେ । ସେ ମହମ୍ମଦ ମୁଜାହିରଙ୍କ ହାତ ଧରି ତାଙ୍କୁ ମୃତ୍ୟୁ ମୁଖରୁ ବଞ୍ଚାଇଥିଲେ । ଘଟଣାଟି ଆଜି ସକାଳ ୮ ଟା ୦୫ ସମୟରେ ଘଟିଛି ।
ଏନେଇ ୱାଇ.ବି. ଖୁରାନିଆ, ଆଇପିଏସ୍, ଡିଜିପି, ଓଡିଶା, କନଷ୍ଟେବଳ ଟୁଲୁ ବେହେରାଙ୍କ ପାଇଁ ୨,୫୦୦ ପୁରସ୍କାର ଘୋଷଣା କରିଛନ୍ତି । ଅରୁଣ ବୋଥ୍ରା, ଏଡିଜି, କୋଷ୍ଟାଲ ସିକ୍ୟୁରିଟି ଏବଂ ରେଳବାଇ, କନଷ୍ଟେବଳ ବେହେରାଙ୍କ ସହ କଥା ହୋଇଥିଲେ ଏବଂ ତାଙ୍କର ସାହସ ଏବଂ ଉପସ୍ଥିତ ବୁଦ୍ଧି ପାଇଁ ତାଙ୍କୁ ପ୍ରଶଂସା କରିଥିଲେ।










