27.1 C
Bhubaneswar
Sunday, November 24, 2024
Homeଓଡିଶାଯାଉଁଳି ବନ୍ଧ-ବିଜିପୁର ପର୍ଯ୍ୟନ୍ତ ରାସ୍ତାର ଅବସ୍ଥା ଅତ୍ୟନ୍ତ ଶୋଚନୀୟ

ଯାଉଁଳି ବନ୍ଧ-ବିଜିପୁର ପର୍ଯ୍ୟନ୍ତ ରାସ୍ତାର ଅବସ୍ଥା ଅତ୍ୟନ୍ତ ଶୋଚନୀୟ

ଯାଜପୁର : ଯାଜପୁର-ବିଞ୍ଜାରପୁର ମୁଖ୍ୟ ରାସ୍ତାର ଯାଉଁଳି ବନ୍ଧ – ବିଜିପୁର ପର୍ଯ୍ୟନ୍ତ ଅତ୍ୟନ୍ତ ଶୋଚନୀୟ ଅବସ୍ଥା ନେଇ ଜିଲ୍ଲାପାଳଙ୍କ ମିଳିତ ଜନଶୁଣାଣୀ ଶିବିରରେ ଅଭିଯୋଗ ହୋଇଛି। ଏହି ରାସ୍ତାର ନିର୍ମାଣ ଦାଇତ୍ଵ ନେଇଥିବା ଠିକାଦାର ମନୋମୁଖି ଭାବେ କାର୍ଯ୍ୟ କରୁଥିବାରୁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ତିବ୍ର ଅସନ୍ତେଷ ଦେଖାଦେଇଛି। ଯାଜପୁର – ବିଞ୍ଜାରପୁର ରାସ୍ତାର ଯାଉଁଳି ବନ୍ଧ ଠାରୁ ବିଜିପୁର ପର୍ଯ୍ୟନ୍ତ ଚାଲିଥିବା ପ୍ରଶସ୍ତିକରଣ କାର୍ଯ୍ୟ ଦେଢ ବର୍ଷ ଧରି ଆରମ୍ଭ ହୋଇଥିଲେ ମଧ୍ୟ ରାସ୍ତା କାର୍ଯ୍ୟ ଅଧପନ୍ତରିଆ ହୋଇ ପଡି ରହିଛି । ଫଳରେ ଏହି ରାସ୍ତା ଉପରେ ନିର୍ଭର କରୁଥିବା ଲୋକମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି । ସେହିପରି ସାଧାରଣ ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ପରଠାରୁ ଉକ୍ତ ରାସ୍ତାର ନିର୍ମାଣ କାର୍ଯ୍ୟ ଗୋଟିଏ ଇଞ୍ଚ କରାଯାଇ ନାହିଁ ବୋଲି ଅଭିଯୋଗ ହୋଇଛି । ସାମାନ୍ୟ ବର୍ଷରେ ଏହି ରାସ୍ତାରେ ଥିବା ଖାଲ ଗୁଡିକରେ ପାଣି ଜମି ଯାଉଥିବାରୁ ପ୍ରତ୍ୟେକ ଦିନ ଛୋଟ ବଡ଼ ଦୁର୍ଘଟଣା ମାନ ଘଟୁଛି । ଏସବୁ ସତ୍ତ୍ଵେ ବିଭାଗୀୟ ଅଧିକାରୀ କିମ୍ଵା ଠିକାଦାର ଦୃଷ୍ଟି ନଦେବା ଘଟଣାକୁ ନେଇ ସାଧାରଣରେ ତିବ୍ର ଅସନ୍ତୋଷ ଲାଗି ରହିଛି । ତେଣୁ ଏଦିଗରେ ଅବିଳମ୍ବେ ଦୃଷ୍ଟି ଦେଇ ଏହି କାର୍ଯ୍ୟ ଶେଷ କରିବାକୁ ସ୍ଥାନୀୟ ଲୋକେ ଦାବୀ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking